ପ୍ରହସନ ପାଲଟିଛି ‘ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ’ ନିର୍ଦ୍ଦେଶନାମା

Straight to the Point

ଭଦ୍ରକ: ହେଲମେଟ ନଥିଲେ ବାଇକ୍ ଆରୋହୀଙ୍କୁ ପେଟ୍ରୋଲ ମିଳିବ ନାହିଁ । ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଭଦ୍ରକ ଜିଲ୍ଲାପାଳ ନିର୍ଦ୍ଦେଶ ଜାରୀ କରିଥିଲେ । ଉକ୍ତ ନିର୍ଦ୍ଦେଶନାମାର ନକଲ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ମାଲିକ, ଥାନାଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା । ସମସ୍ତ ପେଟ୍ରୋଲ ପମ୍ପ ପରିସରରେ ଫ୍ଲେକ୍ସ ବ୍ୟାନର ମାରି ବାଇକ ଆରୋହୀଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଥିଲା । ସେହିପରି ଯୋଗାଣ ବିଭାଗ କର୍ମଚାରୀ, ସମସ୍ତ ଥାନାଧିକାରୀ ଏହା ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରୀ ହୋଇଥିଲା ।

ସଡ଼କ ସୁରକ୍ଷା ସପ୍ତାହ ପାଳନ ସମୟରେ ଜିଲ୍ଲା ପ୍ରଶାସନର ଏପରି ନିିର୍ଦ୍ଦେଶନାମାକୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ ଖୋଦ ପମ୍ପମାଲିକମାନଙ୍କ ଲାଭଖୋର ମନୋଭାବ ପାଇଁ ଭଦ୍ରକ ସହରରେ ଏହା ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଏହି ନିର୍ଦ୍ଦେଶ କେବଳ ବିଭିନ୍ନ ପମ୍ପ ପରିସରରେ ଫ୍ଲେକ୍ସ ବ୍ୟାନର ଟଙ୍ଗାଯିବା ମଧ୍ୟରେ ସିମୀତ ହୋଇ ରହିଯାଇଛି । ତେବେ ଏପରି ପ୍ରଶାସନିକ ଉଦ୍ୟମ ସଫଳ କରିବା ଦିଗରେ ପେଟ୍ରୋଲପମ୍ପ ମାଲିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ସେମାନେ ଏହାକୁ ଆଜି ସମ୍ପୂର୍ଣ୍ଣ ବେଖାତିର କରୁଛନ୍ତି । ବାରମ୍ବାର ଚେକିଙ୍ଗ କାରଣରୁ ସହରରେ ହେଲମେଟ ପରିଧାନ କରିଥିବା ବାଇକ୍ ଚାଳକଙ୍କ ସଂଖ୍ୟା କିଛି ମାତ୍ରାରେ ବୃଦ୍ଧି ଘଟିଥିଲେ ମଧ୍ୟ ଶହେରୁ ୯୦ଜଣ ଆରୋହୀ ଅଧିକାଂଶ ପମ୍ପମାନଙ୍କରେ ହେଲମେଟ ନଥାଇ ପେଟ୍ରୋଲ ନେଉଥିବାର ପରିଲିକ୍ଷିତ ହେଉଛି । ପ୍ରଶାସନିକ ନିର୍ଦ୍ଦେଶକୁ ଖୁଲମଖୁଲା ଉଲ୍ଲଘଂନ କରାଯାଉଥିବାେ ଦେଖିବାକୁ ମିଳୁଛି । ଏପଟେ ଯାଞ୍ଚପାଇଁ ରହିଥିବା ଅଧିକାରୀଙ୍କର ମଧ୍ୟ ଦେଖାନାହିଁ । ତେବେ ଯଦି ସହରର ପମ୍ପମାଲିକମାନେ ଏହି ପ୍ରଶାସନିକ ନିଷ୍ପତ୍ତିକୁ ଉପଯୁକ୍ତ ସମ୍ମାନ ଦିଅନ୍ତି ତେବେ ଏହା ବହୁମାତ୍ରାରେ ସଫଳ ହୋଇ ପାରିବ ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting