ଶ୍ରମ କାର୍ଯ୍ୟାଳୟରେ ଦଲାଲି ରାଜ:ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକଙ୍କୁ ମିଳୁନିସହାୟତା

Straight to the Point

ଭଦ୍ରକ: ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଚାଲିଛି ଦଲାଲି ରାଜ । ପଞୀକରଣର କରି ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା । ଯୋଗ୍ୟତା ନଥାଇ ମଧ୍ୟ ନିର୍ମାର୍ଣ ଶ୍ରମିକଙ୍କ ନାମରେ ହଡପ କରାଯାଉଛି ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ ଶ୍ରମିକ ସହାୟତା । ନିର୍ମାଣ ଶ୍ରମିକ ପରିଚୟପତ୍ର ଯୋଗାଣ ଠାରୁ ଆରମ୍ଭ କରି ସହାୟତା ଅର୍ଥ ବଂଟନ କ୍ଷେତ୍ରରେ ଚାଲିଛି ବିପୁଳ ଅର୍ଥ କାରବାର । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗାଁ ଗହଳ ପର୍ଯ୍ୟନ୍ତ ଲମ୍ଭିଛି ଦଲାଲଙ୍କ ଚେର । ଶ୍ରମିକଙ୍କ ବଦଳରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲ ପାଲଟିଛନ୍ତି ସର୍ବେର୍ସର୍ବା । ଦଲାଲଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ବିରୁଦ୍ଧରେ ନିର୍ମାଣ ଶ୍ରମିକଙ୍କ ପକ୍ଷରୁ ଅଣାଯାଇଛି ଏହି ଧରଣର ଏକାଧିକ ଅଭିଯୋଗ । ରାଜ୍ୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ସକାସେ ଗତ ୨୦୧୩ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ । ଅଣକୃଷି କ୍ଷେତ୍ରରେ ନିୟୋଜିତ ସମସ୍ତ କୁଶଳୀ,ଅଣକୁଶଳୀ,ଅର୍ଦ୍ଧକୁଶଳୀ ,ଶାରୀରିକ ଶ୍ରମ କରୁଥିବା ଶ୍ରମିକ,ପର୍ଯ୍ୟବେକ୍ଷକ ଏବଂ ବୈଷୟିକ କାର୍ଯ୍ୟରେ ନିୟୋଜିତ ସବୁ ବର୍ଗର ଶ୍ରମିକ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟପତ୍ର ଜରିଆରେ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଗୋଟିଏ ବର୍ଷରେ ସର୍ବାଧିକ ୯୦ ଦିନ କାର୍ଯ୍ୟକରିଥିବା ୧୮ ବର୍ଷରୁ ୬୦ ବର୍ଷ ବୟସର ଶ୍ରମିକ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଏଥିପାଇଁ ଆବେଦନକାରୀଙ୍କୁ ନିଯୁକ୍ତି ଦାତା ଅଥବା ପଞୀକୃତ ଯେକୋ÷ଣସି ଶ୍ରମିକ ସଙ୍ଗଠନ ଅଥବା ଶ୍ରମ ନିରୀକ୍ଷକ ଦ୍ୱାରା ପ୍ରଦତ ପ୍ରମାଣ ପତ୍ର ଦାଖଲ କରିବାକୁ କୁହାଯାଇଥିଲା । ‘ଳରେ ପ୍ରମାଣପତ୍ର ଯୋଗାଣରେ ବ୍ୟାପକ ଜାଲିଆତି ଏବଂ ଅର୍ଥ କାରବାର ଅଭିଯୋଗ ହୋଇଥିବା ବେଳେ ସହାୟତା ବଂଟନରେ ମଧ୍ୟ ଏହାର ସୁଦୁରପ୍ରସାରୀ ପ୍ରଭାବ ଅନୁଭୁତ ହୋଇଥିବା ଅଭିଯୋଗ ହୋଇଛି । ଯୋଗ୍ୟତା ନଥାଇ ବହୁ ଲୋକ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଦୃଷ୍ଟି ଅଢୁଆଳରେ ରହି ଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ବ୍ଲକ ଅର୍ନ୍ତଗତ ନଳାଙ୍ଗ ଗ୍ରାମର ଦୁଃଶାସନ ମହାରଣା ନାମକ ଜଣେ ଗରୀବ କୁଶଳୀ ଶ୍ରମିକ ଗତ ୨୦୧୩ ମସିହାରେ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ଅଧିନରେ ନିର୍ମାଣ ଶ୍ରମିକ ପରିଚୟପତ୍ର(୨୮୬୭ ଓଆର ଜିରୋ-୪,ବିଡିକେ)ହାସଲ କରିଥିଲେ । ସେବେଠାରୁ ପ୍ରତିବର୍ଷ ପରିଚୟ ନବୀକରଣ ସହିତ ନିର୍ମାଣ ଶ୍ରମିକ ସହାୟତା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଜରିଆରେ ଆବେଦନକରି ଆସୁଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ଟଙ୍କାକର ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଏଥିନେଇ ସେ ବିଭାଗିୟ ଅଧିକାରୀଙ୍କୁ ଆପତି କଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ପରନ୍ତୁ ଦଲାଲଙ୍କ ଜରିଆରେ ଆସନ୍ତୂୁ ବୋଲି କତୃପକ୍ଷ ପରାମର୍ଶ ଦେଉଛନ୍ତି ବୋଲି ସେ କହିଛନ୍ତି । ଭଙ୍ଗାଘରେ ୪ ପ୍ରାଣୀ କୁଟୁମ୍ଭ ଧରି ଅତିକଷ୍ଟରେ ଚଳୁଥିବା ଗରୀବ ଦୁଃଶାସନ ସହାୟତା ରାଶି ପାଇବାକୁ ଇତିମଧ୍ୟରେ ତାଙ୍କଗାଁର ଜଣେ ଶ୍ରମିକ ଦଲାଲଙ୍କ ଜରିଆରେ ୨ ହଜାର ଟଙ୍କା ଦେଇ ସାରିଲେଣି ହେଲେ ଏଯାଏ ତାଙ୍କୁ ଟଙ୍କାକର ସହାୟତା ରାଶି ମିଳିନଥିବା କଥା ସେ ଅଭିଯୋଗ କରନ୍ତି । କେବଳ ଗରୀବ ଦୁଃଶାସନନୁହଁନ୍ତି ତାଙ୍କ ଭଳି ବହୁ ଗରୀବ ତଥା ଦୁଃସ୍ତ ନିର୍ମାଣ ଶ୍ରମିକ ପଞ୍ଜିକରଣ ପତ୍ର ଧରି ବର୍ଷ ବର୍ଷ ଧରି ସହାୟତା ଅପେକ୍ଷାରେ ପଡି ରହିଥିବା ବେଳେ ଫାଇଦା ମାରି ନେଉଛନ୍ତି କିଛି ସୁବିଧାବାଦୀ ଜାଲ ନିର୍ମାଣ ଶ୍ରମିକ ପରିଚୟପତ୍ରଧାରୀ ଶ୍ରମିକ । ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲାରେ ଏବେ ୮୦ ହଜାର ୧ ଶହ ପଞୀକୃତ ନିର୍ମାଣ ଶ୍ରମିକ ପରିଚୟପତ୍ର ଧାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଇତିମଧ୍ୟରେ ୪୬ ହଜାର ୯୦୨ ଜଣ ପରିଚୟପତ୍ରଧାରୀ ନିର୍ମାଣ ଶ୍ରମିକଙ୍କୁ ୨୮ କୋଟି ୨୦ ଲକ୍ଷ ୧୪ ହଜାର ୮୩୦ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି । ସେଥିରୁ କେବଳ ଗତବର୍ଷ ସର୍ବାଧିକ ୨୦ ହଜାର ୭୦୫ ଜଣ ନିର୍ମାଣ ଶ୍ରମିକଙ୍କୁ ୧୩ କୋଟି ୯୩ ଲକ୍ଷ ୧୭ ହଜାର ୬୦ ଟଙ୍କା ର ସହାୟତା ରାଶି ଯୋଗାଇ ଦିଆଯାଇଥିବା କଥା କତୃପକ୍ଷ କହିଛନ୍ତି । ତେବେ କିଛି ଶ୍ରମିକ ଲାଗାଦାରଭାବେ ସହାୟତା ରାଶି ହାତେଇ ନେଉଥିବା ବେଳେ ବହୁ ଶ୍ରମିକ ବର୍ଷ ବର୍ଷଧରି ସହାୟତାରୁ ବଂଚିତ ହୋଇ ଆସିବା ଘଟଣା ବିଭାଗି ସ୍ୱଛତା ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ କରିଛି । ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ସାଧାରଣରେ ଦୃଢ ଦବେୀ କରାଯାଇଛି ।

error: Thank You Keep Visiting