ସରକାରୀ ସ୍କୁଲରେ ପାଣି ବୋହିଲେ ଛାତ୍ର, ନୀରବ ଶିକ୍ଷକ

Straight to the Point

ଭଦ୍ରକ: ଯେଉଁ ବୟସରେ ହାତରେ ପଢାବହି ଧରି ପିଲାଏ ପାଠ ପଢିବା କଥା ସେ ବୟସରେ ସ୍କୁଲରେ ନଳକୂପ ହେଣ୍ଡେଲ ଧରାଇ ଦେଇଛନ୍ତି ଶିକ୍ଷକ । ଭୟରେ କିଛି ନକହି ଚୁପ୍ଚାପ ପାଣି ବୋହି ଚାଲିଛନ୍ତି ଛାତ୍ର । ଏ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ପଢୁଆଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବାହାରେ ବର୍ଷା ହେଉଥିବା ସମୟରେ ଏହି ସ୍କୁଲର କୁନି କୁନି ଛାତ୍ରମାନେ ଶିକ୍ଷକଙ୍କ ବ୍ୟବହାର ପାଇଁ ବାଲତି ବାଲତି ପାଣି ବୋହୁଥିବାର ଦେଖିବାକୁ ମିଳିଛି । ବାଳଶ୍ରମକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ଖୋଲାଖୋଲି ଭାବେ ଏହାର ଉଲ୍ଲଂଘନ କରୁଛନ୍ତି ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ।

ବାହାରେ ବର୍ଷା ହେଉଥିବା ସମୟରେ ବିଦ୍ୟାଳୟ ବାରଣ୍ଡାରେ ଛିଡା ହୋଇ ଛାତ୍ରମାନଙ୍କୁ ପାଣି ବୋହିବାର ଦେଖୁଥିଲେ ଶିକ୍ଷକ-ଶିକ୍ଷୟିତ୍ରୀ । ଆଉ ଭୟରେ ବର୍ଷାରେ ଭିଜିଭିଜି ପାଣି ବୋହି ଚାଲିଥିଲେ ନିରୀହ ଛାତ୍ରମାନେ । ଏହି ବିଦ୍ୟାଳୟରେ ୧୫୫ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ରହିଛନ୍ତି ମାତ୍ର ୭ ଜଣ ଶିକ୍ଷକ । ହେଲେ ଏତେଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଥିବା ସତ୍ୱେ ପିଲାମାନେ କେଉଁ ପରିସ୍ଥିତିରେ ବର୍ଷାରେ ଭିଜି ପାଣି ବୋହୁଥିଲେ, ତାହା ଅସ୍ପଷ୍ଟ । ଏ ନେଇ ଖବର ପାଇବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ଲକ୍ ଶିକ୍ଷାଧିକାରୀ ।

Leave a Reply

Your email address will not be published. Required fields are marked *

error: Thank You Keep Visiting