ମିଳିଲା ମାର୍କ, ଶେଷରେ ନ୍ୟାୟ ପାଇଲେ ବର୍ଷା

Straight to the Point

ଭଦ୍ରକ: ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତିଯୋଗୁଁ ଅନ୍ଧାର ହୋଇଯାଉଛି ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କିନ୍ତୁ ଭଦ୍ରକର ଜଣେ ଛାତ୍ରୀ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ଏହି ଖାମଖିଆଲି ନୀତିରୁ ନିଜକୁ ବଂଚିତ କରି ପାଇପାରିଛନ୍ତି ନ୍ୟାୟ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ମନ୍ଦାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ବାସୁଦେବପୁର ବ୍ଲକ୍ ମିଶ୍ରପୁରର ଛାତ୍ରୀ ବର୍ଷାରାଣୀ ଦତ୍ତ । ସେ ମଧ୍ୟ ପ୍ରତିଦିନ ପରୀକ୍ଷାରେ ଉପସ୍ଥିତ ଥିଲେ । ଫଳାଫଳକୁ ନେଇ ମଧ୍ୟ ବେଶ୍ ଉତ୍ସାହିତ ଥିଲେ ସେ । ହେଲେ ଫଳାଫଳ ପ୍ରକାଶ ପରେ ଗୋଟିଏ ବିଷୟରେ ଅନୁପସ୍ଥିତ ଦର୍ଶାଯାଇ ତାଙ୍କୁ ଫେଲ୍ କରାଇଦେଇଥିଲେ କାଉନ୍ସିଲ କର୍ତ୍ତୃପକ୍ଷ ।

ପରେ ଏନେଇ ବର୍ଷାଙ୍କ ପରିବାର ଓ ଏକ ସ୍ୱେଚ୍ଛାସେବୀ ସଂଗଠନ କାଉନ୍ସିଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ପରେ ଏହି ସଂଗଠନ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ରଥଙ୍କୁ ଅବଗତ କରାଇବାରୁ ସେ ଏଥିପ୍ରତି କାଉନ୍ସିଲଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏପରିକି ବିଧାନସଭାରେ ସେ ପ୍ରଶ୍ନ କରିବାରୁ ନ୍ୟାୟ ପାଇଛନ୍ତି ଛାତ୍ରୀ ବର୍ଷା । ଆଉ ପାସ୍ର ଖବର ପାଇ ବର୍ଷା ଓ ତାଙ୍କ ପରିବାର ଖୁସିର ଆତ୍ମହରା ହୋଇପଡିଛନ୍ତି । ବର୍ଷା ଏବେ ଅନୁପସ୍ଥିତ ଦର୍ଶାଯାଇଥିବା ବିଷୟରେ ପାଇଛନ୍ତି ୧୦୦ ରୁ ୫୦ ମାର୍କ ।

error: Thank You Keep Visiting