ଓକିଲ-ପୋଲିସ ମୁହାଁମୁହିଁ, ୧୫୦ରୁ ଅଧିକ ଓକିଲ ଗିରଫ

Straight to the Point

ସମ୍ବଲପୁର: ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ନେଇ ସମ୍ବଲପୁରର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଓକିଲ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପଲିସ ୧୫୦ରୁ ଅଧିକ ଓକିଲଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଦାବି କରାଯାଉଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସମ୍ବଲପୁରକୁ ଯେକୌଣସି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପାଇଁ ସମ୍ବଲପୁର ଓକିଲ ସଙ୍ଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଜି ଗଙ୍ଗଧର ମେହେର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସମ୍ବଲପୁର ଯାଇଛନ୍ତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଓକିଲ ସଙ୍ଘ ପକ୍ଷରୁ ବିକ୍ଷୋଭ କରାଯିବା ସହ କଳା ପତକା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ସମ୍ବଲପୁର ଚର୍ଚ୍ଚ ଛକ ନିକଟରେ ପୁଲିସ ଓ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏଭଳି ବିରୋଧ ଜାରି ରହିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

error: Thank You Keep Visiting