ଟିଟୋର ଆକାଉଣ୍ଟ ଅଚଳ କରିବାକୁ ବ୍ୟାଙ୍କ୍ ମାନଙ୍କୁ କ୍ରାଇମବ୍ରାଞ୍ଚର ଚିଠି

Straight to the Point

ଭୁବନେଶ୍ୱର: କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ୍ ଟିଟୋର ସମସ୍ତ ବ୍ୟାଙ୍କ ଆକାଂଟକୁ ଅଚଳ କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କ୍ ମାନଙ୍କୁ କ୍ରାଇମବ୍ରାଂଚ ଏସଟିଏଫ୍ ପକ୍ଷରୁ ଚିଠି ଲେଖାଯାଇଛି ।
ଅନ୍ୟପକ୍ଷରେ ଟିଟୋର ଅନ୍ୟଜଣେ ସହଯୋଗୀ କ୍ଷୀରୋଦ କରକୁ କ୍ରାଇମବ୍ରାଂଚ ଅଟକ ରଖିଛି । ଗତକାଲି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦଙ୍କୁ କ୍ରାଇମବ୍ରାଂଚ ଉଠାଇ ନେଇଥିଲା ।
ସୂଚନାଯୋଗ୍ୟ ଯେ ଗତ ଜୁନ୍ ୩୦ ତାରିଖରେ କ୍ରାଇମବ୍ରାଂଚର ଏସଟିଏଫ୍ ଚଣ୍ଡିଖୋଲ ଠାରେ ଟିଟୋକୁ ଏନକାଉଂଟର କରିବା ପରେ ଗିରଫ କରିଥିଲା । ବର୍ତମାନ ଟିଟୋ ୬ଦିନିଆ ରିମାଣ୍ଡରେ ରହିଛି । ଗତକାଲି କ୍ରାଇମବ୍ରାଂଚ ଟିଟୋର ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ୍ ଉପରେ ଅତର୍କିତ ଚଢାଉ କରିଥିଲା । ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ଲାପଟପ୍, ୨୬ଟି ଗାଡ଼ି (ଟିପର ଓ ଜେସିବି ମେସିନ୍) ଜବତ କରାଯାଇଥିଲା । ସେହିପରି ରାତିରେ କେନ୍ଦ୍ରାପଡ଼ା ବାଇପାସରେ ଥିବା ପେଟ୍ରୋଲ୍ ଟାଙ୍କି ସିଲ୍ କରାଯାଇଥିଲା । ଏଥିସହ ପାରାଦ୍ୱୀପରୁ ଟିଟୋର ଅ ।ଉ ୩ ସହଯୋଗୀକୁ ମଧ୍ୟ ଅଟକ ରଖାଯାଇଛି ।

error: Thank You Keep Visiting