ଆର୍ଯ୍ୟସମାଜ ପକ୍ଷରୁ ଶ୍ରାବଣୀ ଉଦ୍ ଯାପିତ

Straight to the Point

ଭଦ୍ରକ: ସମାଜକୁ କୁସଂସ୍କାରମୁକ୍ତ ମାନବିକତାରେ ପରିପୂର୍ଣ୍ଣ ଗଢ଼ି ତୋଳିବା ପାଇଁ ପ୍ରଭୁଙ୍କ ପ୍ରଦତ୍ତ ଜ୍ଞାନ ବେଦ ଓ ବୈଦିକ ବିଚାରଯୁକ୍ତ ଉପନିଷଦ, ଦର୍ଶନ ଶାସ୍ତ୍ର ଏକାନ୍ତ ଆବଶ୍ୟକ । ଏହି ବେଦାଧାରିତ ବିଚାର ଯେତେ ପ୍ରଚାର ପ୍ରସାର ହେବ ସମାଜରେ ସହାବସ୍ଥାନ, ବିଶ୍ୱଭାତୃତ୍ୱଭାବ ଜାଗ୍ରତ ହେବ ବୋଲି ଋଷିମାନେ ଶ୍ରବଣ ପରମ୍ପରାର ପର୍ବ ଶ୍ରାବଣୀ ଉପାକର୍ମରେ ପ୍ରବୃତ୍ତ ଥିଲେ । ଶ୍ରବଣ ଓ ଶ୍ରାବଣ ଦ୍ୱାରା ସତ୍ୟ ଶାସ୍ତ୍ର ସମାଜକୁ ଆଲୋକ ଦେଖାଏ ବୋଲି ଆର୍ଯ୍ୟସମାଜ, ଭଦ୍ରକ ପକ୍ଷରୁ ଆୟୋଜିତ ନବଦିବସୀୟ ଶ୍ରାବଣୀ ପର୍ବରେ ବକ୍ତାମାନେ ପ୍ରକାଶ କରିଥିଲେ । ଗୁଜୁରାତ ରୋଜଡ଼ରୁ ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ ଦୁଃଖର କାରଣ ଓ ନିକରାକରଣ ପାଇଁ ଜୀବନମାର୍ଗକୁ ସୁପରିଚାଳିତ ପାଇଁ ଆଧ୍ୟାତ୍ମିକ ମାର୍ଗ ଆଶ୍ରୟ ଏକାନ୍ତ ଧ୍ୟେୟ ବୋଲି କହିଥିଲେ । ପ୍ରତ୍ୟହ ସଂଯୋଜନା ସହ ବିଚାର ପ୍ରଦାନ କରି ବେଦ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଜୀବନକୁ ସରସ ସୁନ୍ଦର କରିବା ପାଇଁ ବେଦାଦି ଶାସ୍ତ୍ରର ଶ୍ରବଣ ଓ ନିଜର ପରିଜନମାନଙ୍କୁ ଶ୍ରବଣ ଦ୍ୱାରା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ହିନ୍ଦୁତ୍ୱ ଏକ ମାର୍ଗ ଓ ଜୀବନ ପ୍ରାଣଳୀ ବୋଲି ବିଚାର ବ୍ୟକ୍ତ କରିବା ସହ ସହାବସ୍ଥାନ ଉପରେ ଗୁରୁତ୍ୱ ଦେଇଥିଲେ । ଜନ୍ମାଷ୍ଟମୀରେ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଗୁଣାବଳୀ ବର୍ଣ୍ଣନ ଓ ତାଙ୍କ ଗୁଣ କର୍ମ ଉପରେ ଅନେକ ବକ୍ତା ଆଲୋକପାତ କରିଥିଲେ । ଆର୍ଯ୍ୟ ସମାଜର ବିଚାର ସ୍ୱୀକାର କରିବା ଦ୍ୱାରା ସତ୍ୟ ସନାତନ ବୈଦିକ ଧର୍ମ ଅର୍ଥାତ୍ ମାନବ ଧର୍ମର ପ୍ରସାର ହେବ ବୋଲି ଅଭିଜିତ୍ ନାୟକ ବର୍ଣ୍ଣନା କରିଥିଲେ । ଉଦ୍ଯାପନ ଉତ୍ସବରେ ଅତିଥି ରୂପେ ଶ୍ରୀ ଅଭିମନ୍ୟୁ ସେଠୀ ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ପ୍ରେରଣା ଦେିଥିଲେ । ପ୍ରତ୍ୟହ ସଭାପତି ସୁଶ୍ରୀ ସୁଶୀଳାରାଣୀ ଗୁପ୍ତା, ସଂପାଦକ ଲକ୍ଷ୍ମୀଧର ପଣ୍ଡା ଓ ସହ ସଂପାଦକ ରବିନାରାୟଣ ଲେଙ୍କା ସଂନ୍ଧ୍ୟା ଭଜନ ଆଦି ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ରାଜକିଶୋର ସାହୁ, କାଶିନାଥ ସାହୁ, ନନ୍ଦ କିଶୋର ସାହୁ, ସଂଗ୍ରାମ ସେନାପତି ଆଦି ପରିଚାଳନା କରିଥିଲେ । ନଗରର ତଥା ନିକଟସ୍ଥ ଗ୍ରାମର ବହୁ ବୁଦ୍ଧିଜୀବୀ ଓ ବେଦପ୍ରେମୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

error: Thank You Keep Visiting