ଅଟୋ·ଳକଙ୍କ ଦ୍ୱାରା ପଞ୍ଚମୁଖି ହନୁମାନ ମନ୍ଦିର ନିର୍ମିତ

Straight to the Point

ଜଗତସିଂହପୁର: ସେହିଦିନଥିଲା ୨୦୦୯ମସିହା ଅକ୍ଟୋବର ମାସ ୯ତାରିଖ । ମୋ’ପୁଅ ଜଗତସିଂହପୁର ହାଟବଜାରସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଜନ୍ମ ଗ୍ରହଣ କରିଥାଏ । ମୁଁ ନର୍ସିଂ ହୋମରେ ଥାଏ । ହଠାତ୍ ଜଣେ ବାବା ଆସି ମୋ ପାଖରେ ପହଞ୍ôଚଲେ । ୩ଇଞ୍ଚ ଲମ୍ବର ମୁଗୁନି ପଥର ଦ୍ୱାରା ନିର୍ମିତ ପଞ୍ଚମୁଖି ହନୁମାନଙ୍କ ମୁର୍ତ୍ତି ଧରି । ମୁଁ ନର୍ସିଂହୋମରେ ବସିଥାଏ, ବାବା ମୋତେ ଡାକିଲେ ପାଗଲା ଶୁଣିଲୁ ଏ ମୁର୍ତ୍ତିଟିକୁ ନେ, ତୁମ ଗାଁ ଗଡାର ବାମପାଶ୍ୱର୍ରେ ସ୍ଥାପନ କରି ଦୈନଦିନ ସଞ୍ଜ ପାଣିଦେବୁ । ମହାବୀର ମନ୍ଦିର ଟିଏ ନିର୍ମାଣ କରିବୁ । ମୁଁ ବାବାଙ୍କ କଥାରେ ରାଜି ହେଲିନାହିଁ । କାହିଁକିନା ମୁଜଣେ ଅଟୋ·ଳକ । ସହଜେ ମାତାଲ, ଅଟୋରୁ ଦୈନଦିନ ଯାହା ଭଡା ମିଳେ ମୁଁ ନିଶାପାଣି ଖାଇ ସାରିଦିଏ । ପଇସା କେଉଠୁ ଆଣିବି ପଞ୍ଚମୁଖି ହନୁମାନ ମନ୍ଦିର ନିର୍ମାଣ କରିବି । ବାବା ହସିଦେଇ କହିଥିଲେ, ରେ ପାଗଳା ତତେ ଯାହାକୁ ଦେଉଛି, ସିଏ ମନ୍ଦିର ନିର୍ମାଣ କଥା ଚିନ୍ତା କରିବ । ବାବା କଥାରେ ମୁ ଏକମତ ହୋଇ ଏକମୁହାଁ ହୋଇ ପଞ୍ଚମୁଖି ହନୁମାନଙ୍କର ମୂର୍ତ୍ତି ଟି ଧରି ଗାଁ ମୁଣ୍ଡରେ ପହଞ୍ôଚଲି । ସେଠାରେ ମୂର୍ତ୍ତିଟି ସ୍ଥାପନ କରି ନର୍ସିଂ ହୋମକୁ ଫେରିଲା ବେଳକୁ ବାବା ଆଉ ସେଠାରେ ନାହାଁନ୍ତି ।

ସେହି ଦିନଠାରୁ ମୁଁ ଦୈନଦିନ ସେହି ମୂର୍ତ୍ତି ନିକଟରେ ସଞ୍ଜ, ପାଣି ଓ ଫୁଲ ଦିଏ । ୨୦୧୦ ମସିହାରେ ସେହି ସ୍ଥାନରେ ଥିବା ବଡପୋଖରିଟିକୁ ୨୩ହଜାର ଟଙ୍କରେ ପୋତିବା ଆରମ୍ଭ କଲି । ଭକ୍ତ ମାନଙ୍କ ସହଯୋଗରେ ଏହି ଛୋଟ ମନ୍ଦିରଟି ନିର୍ମାଣ କଲି । ୨୦୧୭ମସିହା ଜୁଲାଇ ମାସ ୧୨ତାରିଖରେ ଏହି ମନ୍ଦିରକୁ ସ୍ଥାନୀୟ ଜନସାଧାଣଙ୍କ ସହାୟତାରେ ପ୍ରତିଷ୍ଠା କଲି । ଏ ପର୍ଯ୍ୟନ୍ତ ମନ୍ଦିରର ମୁଖ ଶାଳା ହୋଇପାରୁନାହିଁ କି ନବଗ୍ରହ ମୃତ୍ତି ସ୍ଥାପନା ହୋଇପାରୁ ନାହିଁ ଅର୍ଥ ଅଭାବ ବୋଲି କାନ୍ଦି କାନ୍ଦି କହିଥିଲେ ନିରଞ୍ଜନ ଜେନା ଓରଫ କାଉଆ ।ନିରଞ୍ଜନଙ୍କ ଘର ଜଗତସିଂହପୁର ବ୍ଲକ ଅଧିନ ଆଳିପିଙ୍ଗଳ ପଞ୍ଚାୟତର ଜେନା ସାହି ଗ୍ରାମରେ । ମନ୍ଦିର ପ୍ରତିଷ୍ଠା ପରଠାରୁ ଦୈନଦିନ ସକାଳେ ଓ ସଞ୍ଜରେ ପୂଜକ ପୂଜା କରିଥାଏ । ପୂଜକର ଦରମା ନିରଞ୍ଜନଙ୍କ ପିତା ତଥା ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମ·ରୀ ପ୍ରଦିପ୍ତ କୁମାର ଜେନା ପ୍ରଦାନ କରନ୍ତି । ଅର୍ଥ ଅଭାବରୁ ପ୍ରତିବର୍ଷ ନିରଞ୍ଜନ ମନ୍ଦିରର କେବଳ ପ୍ରତିଷ୍ଠା ଦିବସ ଓ ପଣା ସଂକ୍ରାନ୍ତି ପାଳନ କରିଥାନ୍ତି ।ଅପରପକ୍ଷେ,ଏହି ମନ୍ଦିରର ରୋଷେଇଘରଟି ଗତ ଫୋନି ଝଡବାତ୍ୟାରେ ଭାଙ୍ଗିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ କରିପାରିନାହାନ୍ତି ନିରଞ୍ଜନ । ଯଦି କେହି ସହୃଦୟ ବ୍ୟକ୍ତି ଏହି ମନ୍ଦିରର ମୁଖଶାଳା ଓ ରୋଷେଇ ଘର ନିର୍ମାଣ ପାଇଁ ସହଯୋଗର ହାତ ବଢାନ୍ତି , ତେବେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

error: Thank You Keep Visiting