ନବନିର୍ମାଣ ଯୁବ ଛାତ୍ର ସଂଗଠନର ଛାତ୍ର ସମାବେଶ

Straight to the Point

ଜଗତସିଂହପୁର: ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସ୍ଥାନୀୟ ଗୋପାଳସାଗର ସ୍ଥିତ ମାର୍କେଣ୍ଡଶ୍ୱର ମନ୍ଦିର ପରିସରରେ ବିଭିନ୍ନ ଦାବୀ ନେଇ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରିୟ ଅଧ୍ୟକ୍ଷ ତଥା ନବନିର୍ମାଣ ଯୁବ ଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର,ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ,ରାଜ୍ୟ ସହସଂଯୋଜକ ରଶ୍ମୀ ରଂଜନ ସ୍ୱାଇଁ ଯୋଗଦେଇ କହିଥିଲେ ସମସ୍ତଙ୍କୁ ବାଧ୍ୟତାମୁଳକ ଶିକ୍ଷା, ନିଯୁକ୍ତି, ବେକାରୀଭତ୍ତା,ମହିଳାମାନଙ୍କୁ ସୁରକ୍ଷା,ଓ ଋଣମୁକ୍ତ ସମୃଦ୍ଧ ଓଡିଶା ଗଠନ ସହୁତ କୃଷକ ମାନଙ୍କୁ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦାବି ନିମନ୍ତେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଓ ଜଗତସିଂହପୁର ଯୁବଛାତ୍ର ସଂଗଠନର ସଂଯୋଜକ ଶୁଭାଙ୍ଗୀ ମଧୁସ୍ମିତା ବସ୍ତିଆଯୋଗଦେଇ କହିଥିଲେ ଆଜକୁ ୭୨ବର୍ଷ ପରେ ଏ ଯୁବ ସମାଜ ଓ ·ଷୀ କୂଳ ର ଯେଉଁ ଅବସ୍ତା ଅଛି ତାହା ସମାଧାନପାଇଁ ଛିଡାହୋଇଛି ନବର୍ନିାଣ ଯୁବ ଛାତ୍ର ସଂଗଠନ । ତାହା ଏକ ଶାଖା ହେଉଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ ଯିଏକି ବର୍ତ୍ତମାନ ଯୁବଛାତ୍ର ମାନଙ୍କର ନିତ୍ୟାନ୍ତ ଅଧିକାର ତଥା ସମସ୍ତଙ୍କୁ ମାଗଣା ବାଧ୍ୟତା ମୁଳକ ଶିକ୍ଷା ,ସମସ୍ତଙ୍କୁ ନିଯୁକ୍ତି ,ନିଯୁକ୍ତି ନଦେଲେ ବେକାରୀ ଭତ୍ତା ,ମହିଳାଙ୍କୁ ସୁରକ୍ଷା ,ସଂହତିଫୂର୍ଣ୍ଣ ଉଚ୍ଚବି·ର,ସମାଜ ପ୍ରତିଷ୍ଠା ଓ ଋଣ ମୁକ୍ତ ସମୃଦ୍ଧ ଓଡିଶା ଗଠନ ଦାବିରେ ଆମର ଲଢେଇ ଜାରିରହିବ ଯାହାକି ଯୁବ ସମାଜକୁ ଏକ ନୂତନ ଦିଶା ଦେଖାଇବାରେ ବେଶ ସହାୟକ ହୋଇପାରିବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting