ଏସସିବିରୁ ବାହାରିଲେ ପ୍ରଭାତ ବିଶ୍ୱାଳ,ଚିକିତ୍ସା ପାଇଁ ଦିଲ୍ଲୀ ଗଲେ

Straight to the Point

ଭୁବନେଶ୍ୱର: କଟକ-ଚୌଦ୍ୱାରର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଶନିବାର କଟକ ଏସସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଏହାପରେ ସେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀସ୍ଥିତ ଏମସ୍ କୁ ଯାଇଛନ୍ତି । ଗତ ବର୍ଷ ସେପ୍ଟେମ୍ବର ୨୫ ତାରିଖରୁ ସେ ଏସସିବିରେ ଚିକିତ୍ସାଧୀନ ଥିଲେ ।
ଶନିବାର ଏସସିବିରୁ ବାହାରିବା ପରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଦୀର୍ଘ ୯ ମାସ ପରେ ଘରକୁ ଫେରିଛି । ବାପା ମାଆଙ୍କୁ ଭେଟି ଆଶୀର୍ବାଦ ନେଲି, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବି । ସେହିପରି ଶ୍ରେଷ୍ଠ ବିଧାୟକ ତାଲିକାରେ ସ୍ଥାନ ପାଇବା ପ୍ରସଙ୍ଗରେ ସେ କହିଛନ୍ତି ଯେ ସର୍ବଦା ଲୋକଙ୍କ ପାଇଁ କାମ କରିଛି, ଅ ।ଗକୁ ମଧ୍ୟ କାମ କରିବି । ଏହି ଖବର ପାଇଛି ଏବଂ ମୁଁ ଖୁସି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟଯେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍ ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା । ଏହାପର ଦିନ ସେ ହଠାତ୍ ଅସୁସ୍ଥ ହେବା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହାପରେ ଗତ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କୁ ଏସସିବିରେ ଭର୍ତି କରାଯାଇଥିଲା । ତେବେ ଚଳିତ ମାସ ୩ ତାରିଖରେ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା । ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ବ୍ୟକ୍ତିଗତ ମୁଚାଲିକା ଓ ୨୦ ଲକ୍ଷ ଟଙ୍କା ଦାଖଲ ସର୍ତରେ ତାଙ୍କୁ ଜାମିନ୍ ମିଳିଥିଲା ।

error: Thank You Keep Visiting