ପୋକସୋ ଆକ୍ଟ ଲଗାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ :ମହିଳାମୋର୍ଚ୍ଚା

Straight to the Point

ଭୁବନେଶ୍ୱର: ଓଡିଶାରେ ନାବାଳିକାଠୁ ଆରମ୍ଭ କରି ମହିଳା ସବୁ ସ୍ଥାନରେ ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ଗଣଦୁର୍ଷ୍କମ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି ନୀରବଦ୍ରଷ୍ଟା ସାଜିଛନ୍ତି । ଦୁର୍ଷ୍କମ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାରମ୍ବାର ଅଭିଯୋଗ ହେଉଥିଲା ବେଳେ ଓଡିଶା ପୋଲିସ ଶାସକ ଦଳ ଚାପରେ ଚୁପ ରହୁଛିି । ଗତ ୨୦ ତାରିଖ ଦିନ ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ପଂଚାୟତ ପାଣିଦୁଆର ଗ୍ରାମରେ ଏକ ଦିବ୍ୟାଙ୍ଗ ନାବାଳିକାକୁ ଦୁର୍ଷ୍କମ କରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଧରିବା ପରିବର୍ତେ ସୁରକ୍ଷା ଦେଇ ଚାଲିଛି । ସେହି ଗ୍ରାମର ବିଜେଡି ଦଳର ନେତା ଓ ପଂଚାୟତର ଉପସଭାପତି ଭିକାରୀ ଚରଣ ବେହେରା ଅଭିଯୁକ୍ତ ହୋଇଥିବାରୁ ପୋଲିସ ଗିରଫ କରିବାକୁ ପହଘୁଂଚା ଦେଉଛି । ଆଜି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ପିଡୀତା ପରିବାର ସଦସ୍ୟଙ୍କୁୁ ଭେଟି ସମ୍ବେଦନା ଜଣାଇଛନ୍ତି ।

ଏଥି ସହ ପୀଡିତାକୁ ନ୍ୟାୟ ପ୍ରଦାନ ସହ ଦୋଷୀକୁ ତୁରନ୍ତ ଧରି ପୋକସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିବାକୁ ଟାଙ୍ଗୀ ଥାନା ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି । ଶାସକ ଦଳର ପୋତ୍ସାହନରେ ପୋଲିସ ଏଠି ଦୋଷୀଙ୍କୁ ଧରିବା ବଦଳରେ ଘଂଟ ଘୋଡାଇ ଚାଲିଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର କ୍ଷୋଭ ପ୍ରକାଶ କରିଛନ୍ତି । ଓଡିଶାର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବରେ ଭୁଷୁଡି ପଡିଛି । ରାଜ୍ୟରେ କୁନ୍ଦୁଲୀ ନାବାଳିକା ଦୁର୍ଷ୍କମ ଘଟଣା ପରି ଏହି ଘଟଣାକୁ ରାଜ୍ୟସରକାର ଚାପି ଦେବାକୁ ବସିଛନ୍ତି । କୁନ୍ଦୁଲୀ ପୀଡିତା ପରି ଶହ ଶହ ନାବାଳିକା ଦୁର୍ଷ୍କମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟାକୁ ଆପଣାଉଛନ୍ତି । ଦିବ୍ୟାଙ୍ଗ ନାବାଳିକା ସହ ଦୁର୍ଷ୍କମ ହେବା କୁନ୍ଦୁଲୀ ଘଟଣାର ପୁନରାବୃତି ।

ଏହି ଘଟଣାରେ ଅଭିଯୁକ୍ତ ଜଣକ ବିଜେଡି ଦଳର ନେତା ହୋଇଥିବାରୁ ଶାସକ ଦଳ ଚାପରେ ପୋଲିସ ଗିରଫ କରିବା ପରିବର୍ତେ ସୁରକ୍ଷା ଦେଇଚାଲିଛି । ଅଭିଯୁକ୍ତ ଭିକାରୀ ବେହେରା ପୂର୍ବରୁ ଗାଁର ମହିଳାମାନଙ୍କୁ ଡରାଇ ଧମକାଇ ଦୁର୍ଷ୍କମ କରିଛି । ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାଟିଦେବାର ଭୟ ଦେଖାଇ ଗ୍ରାମର ୫ ଜଣ ମହିଳାଙ୍କ ସହ ସେ ଦୁର୍ଷ୍କମ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦିବ୍ୟାଙ୍ଗ ନାବାଳିକାକୁ ଦୁର୍ଷ୍କମ କରିବା ପରେ ଅଭିଯୁକ୍ତର କିଛି ସାଥୀ ପଂଚାୟତ ବସାଇ କିଛି ଟଙ୍କା ପୀଡିତା ପରିବାରକୁ ଦେଇ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ଚଲାଇଛନ୍ତି ବୋଲି ପରିବାର ଲୋକେ ପ୍ରତିନିଧୀ ଦଳ ଆଗରେ ବୟାନ ଦେଇଛନ୍ତି । ଅନ୍ୟପଟେ ୧୨ ଘଂଟା ଭିତରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଡିଆଇଜି ଆଶିଷ ସିଂହ ପ୍ରତିନିଧୀ ଦଳକୁ ପ୍ରତିଶ୍ୃତି ଦେଇଛନ୍ତି ବୋଲି ଡ. ସାମନ୍ତସିଂହାର କହିଛନ୍ତି । \nଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ରାଜ୍ୟରେ ୧୬ ହଜାର ୫୯୧ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି, ଗୃହ ବିଭାଗ ଓ ପୋଲିସ ପ୍ରଶାସନ ଦୁର୍ଷ୍କମ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି । ଶାସକ ଦଳର ପୃଷ୍ଠ ପୋଷକତାରେ ରାଜ୍ୟରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ଏକ କଠୋର ନିୟମ ଆଣିବା ପାଇଁ ଦାବି କରିଛନ୍ତି । \nଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସଂପାଦିକା ରଶ୍ମିରେଖା ଦାସ, ଆସ୍କା ସାଂସଦ ପ୍ରାର୍ଥନୀ ଅନୀତା ଶୁଭଦର୍ଶିନୀ, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ର, ରଶ୍ମି ପଟ୍ଟନାୟକଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ ।

error: Thank You Keep Visiting