ଭଦ୍ରକରେ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ:୯୩ଟି ଅଭିଯୋଗ ଆଗତ

Straight to the Point

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ମିଳିତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତ୍ତମ ରାଓ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର,ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପ୍ରଦୀପ କୁମାର ଖୁଣ୍ଟିଆ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଜନ ଅଭିଯୋଗ ଶୁଣାଣି ଶିବରରେ ଉପସ୍ଥିତ ରହିଥିଲେ । ଆଜି ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୯୩ଟି ଅଭିଯୋଗ (ଦରଖାସ୍ତ) ଜିଲ୍ଳାପାଳଙ୍କ ଠାରେ ଆପତ୍ତି ଅଭିଯୋଗ କରାଯାଇଥିଲା । ସେଗୁଡ଼ିକ ହେଲା ବାଧ୍ୟକ୍ୟ ବିଧବା ଭତ୍ତା, ରେସନକାର୍ଡ ସମସ୍ୟା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଚିକିତ୍ସାନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ,ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଚିକିତ୍ସା ନିମନ୍ତେ ରେଡ଼କ୍ରସରୁ ଆର୍ଥୀକ ସହାୟତା ସମେତ ଅନ୍ୟାନ୍ୟ ଅଭିଯୋଗ ଆସିଥିଲା । ଏହି ଅଭିଯୋଗଗୁଡିକୁ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।

error: Thank You Keep Visiting