ବିଜେପି ପକ୍ଷରୁ ସେବା ସପ୍ତାହ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର

Straight to the Point

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ ତମ ଜନ୍ମଦିବସ ଅବସରରେ ଆଜି ବିଜେପି ପକ୍ଷରୁ ଭଦକ୍ରରେ ବିଧାନସଭା ସ୍ତରୀୟ ସେବା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ସେବା ସପ୍ତାହ ଓ ରକ୍ତଦାନ କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା । ପ୍ରାତଃରେ ନରେନ୍ଦ୍ର ମୋଦୀଙ୍କ ଶୁଭକାମନା କରି ଜିଲା ସଭାପତି ଶ୍ରୀ ଧଳ , ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ, ବାସୁଦେବପୁର ବିଧାନସଭା ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ, ସେବା ସପ୍ତାହର ସଂଯୋଜକ ହେମନ୍ତ ପାଢୀ, ଜିଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଜିଲା ଯୁବମୋର୍ଚ୍ଚାର ସଭାପତି ସୁରେଶ ସାମଲ, ମିଡିଆ ସେଲ୍ର ରବିନାରାୟଣ ସାହୁ, ସାଧାରଣ ସଂପାଦକ ଶରତ କୁମାର ପଢିଆରୀ, ଜିଲା ଉପସଭାପତି ତପନ ମହାନ୍ତି, ଅମ୍ବିକା ଦାସ, ଅଶୋକ ପରିଜା, କଳ୍ପନା ଜେନା, ତପସ୍ୱିନୀ ମହାପାତ୍ର, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଭାରତମାତା, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଶ୍ୟାମାପ୍ରସାଦ ମୁର୍ଖାଜୀଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

ଏହାପରେ ରକ୍ତଦାନ ଶିବିରକୁ ଜିଲା ସଭାପତି ଉଦ୍ଘାଟନ କରିଥିଲେ । ଏଥିରେ ୨୦୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ଆୟୋଜିତ ପଥପ୍ରାନ୍ତ ସଭାରେ ଭାରତର ପ୍ରଧାନମନ୍ତ୍ରୀ ଗୋଟାକ ପରେ ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ନେଉଥିବା ବେଳେ ଆସନ୍ତା ୧୭ ତାରିଖରୁ ୭ ଦିନ ବ୍ୟାପି ରକ୍ତଦାନ ଶିବିର, ପ୍ଲାଷ୍ଟିକମୁକ୍ତ ପରିବେଶ, ଦିବ୍ୟାଙ୍ଗଙ୍କୁ ସାହାଯ୍ୟ ସହଯୋଗ, ବୃକ୍ଷରୋପଣ, ରୋଗୀ ସେବା ଆଦି ସାମାଜିକ କାର୍ଯ୍ୟକ୍ରମ ଦଳ ପକ୍ଷରୁ ହାତକୁ ନିଆଯାଇଛି ବୋଲି ଶ୍ରୀ ଧଳ ପ୍ରକାଶ କରିଥିଲେ । ବିଜେପି ଦଳର ଲକ୍ଷ୍ୟ ସମାଜରେ ଅବହେଳିତ ବର୍ଗ ତଥା ଦେଶର ସାମୂହିକ ବିକାଶକୁ ଧ୍ୟାନରେ ରଖି ସମସ୍ତ କାର୍ଯ୍ୟକ୍ରମ ତୃଶମୂଳ ସ୍ତରରେ ନିଷ୍ଠାର ସହିତ ପାଳନ କରାଯିବାକୁ ଶ୍ରୀ ସେଠୀ ମତ ରଖିଥିଲେ ।

error: Thank You Keep Visiting