ପୂର୍ବ ଶତ୍ରୁତାରୁ ଯୁବକକୁ ପିଟି ପିଟି ହତ୍ୟା

Straight to the Point

ଭଦ୍ରକ(ଓଡ଼ିଶା ଜର୍ଣ୍ଣାଲ): ଗତକାଲି ରାତିରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକକୁ ପଡୋଶୀ ୫ ଜଣ ଯୁବକ ପିଟି ପିଟି ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ହତ୍ୟାକାଣ୍ଡରେ ଜଡିତ ଯୁବକମାନେ ଫେରାର ଥିବାରୁ ପୁଲିସ୍ ଦୁଇଟି ଟିମ୍ ଗଠନ କରି ହତ୍ୟାକାରୀଙ୍କ ଅନୁସନ୍ଧାନ ଆରମ୍ଭ କରିଛି । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କାଉପୁର ମୌଜାର ରାଉତରାପାଟଣା ଗ୍ରାମ ନିବାସୀ ବିଜୟ ବେହେରା ଇନ୍ଦିରାଆବାସ ବାବଦ ଘର ନିର୍ମାଣ କରୁଥିଲେ । ଘର ନିର୍ମାଣ ଲାଗି ସେ ରାସ୍ତା ପାଶ୍ୱର୍ରେ ବାଲି ଠୁଳ କରିଥିବାବେଳେ ପଡୋଶୀ ନୀଳ ମହାରଣାଙ୍କ ପୁଅ ଗୁରୁ, ଇନ୍ଦ୍ରମଣି, ଇନ୍ଦ୍ରମଣି ମହାରଣାଙ୍କ ପୁଅ କୁନୁରୁ , ବାବୁ ଓ ସୁକୁଟା ବେହେରା ପ୍ରମୁଖ ୫ ଜଣ ଯୁବକ ତାହାକୁ ପୂର୍ବ ଶତ୍ରୁତାରୁ ବିରୋଧ କରିଥିଲେ । ସନ୍ଧ୍ୟାରେ ବିଜୟଙ୍କ ସାନଭାଇ ଯୁଧିଷ୍ଠିରକୁ ସେମାନେ ମାରଧର କରିଥିଲେ । ରାତିରେ ବିଜୟ ଘରକୁ ଫେରି ସେ ସଂପର୍କରେ ସଂପୃକ୍ତ ଯୁବକମାନଙ୍କୁ ପଚାରିବାରୁ ସେମାନେ ସଂଘବଦ୍ଧ ଭାବେ ବାଡି ଓ ଲୁହାଛଡ ଦ୍ୱାରା ତାକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ବିଜୟକୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ ।
ଏହି ଘଟଣାରେ ଗ୍ରାମାଞ୍ଚଳ ପୁଲିସ୍ ଯୁଧିଷ୍ଠିରଙ୍କ ଅଭିଯୋଗ ମୂଳେ ଏକ ହତ୍ୟା ମାମଲା ରୁଜୁ କରି ସଂପୃକ୍ତ ୫ ଜଣଙ୍କୁ ଗିରଫ କରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଆଜି ବିଜୟର ଶବ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏବଂ ପରିସ୍ଥିତି ଉତ୍ତେଜକ ଥିବାରୁ ଘଟଣାସ୍ଥଳରେ ସଶସ୍ତ୍ର ପୁଲିସ୍ ମୁତୟନ କରାଯାଇଛି ।

error: Thank You Keep Visiting