ସ୍କୁଟି ଚାଳକ ଉପରେ ଚଢିଗଲା ସବାରୀ, ଯୁବକ ଗୁରୁତର

An Independent Media

ଭଦ୍ରକ(ଓଡ଼ିଶା ଜର୍ଣ୍ଣାଲ): ଏକ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଫିସରିବନ୍ଧ ନିବାସୀ ମାଧବାନନ୍ଦ ସାହୁଙ୍କ ପୁତ୍ର ଚନ୍ଦ୍ରକାନ୍ତ (୩୨) ନିଜ ସ୍କୁଟିରେ ଭଦ୍ରକ କଚେରୀ ବଜାରକୁ ଆସୁଥିବାବେଳେ ଅପରାହ୍ନ ପ୍ରାୟ ୩ଟା ସମୟରେ ବନ୍ତଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ସବାରୀ ତାଙ୍କ ଉପରେ ମାଡିଯାଇଥିଲା । ଏହି ଦୁର୍ଘଟଣାରେ ଚନ୍ଦ୍ରକାନ୍ତଙ୍କର ହାତ, ଗୋଡ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଏହାର ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଚନ୍ଦ୍ରକାନ୍ତଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ସବାରୀଟିକୁ ଜବତ କରିଛି । ତେବେ ସବାରୀ ଚାଳକ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବାବେଳେ ଏହି ଘଟଣାରେ ସହରାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି ।

error: Thank You Keep Visiting