ସଡକ ଦୁର୍ଘଟଣାରେ ଜଣେ ମୃତ

Straight to the Point

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ଧାମରା ଠାରେ ଏକ ସଡକ ଦୁର୍ଘଟଣାରେ ୭ବର୍ଷ ଶିଶୁ ର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ସକାଳ ୮ଟା ସମୟରେ ଧାମରାରୁ ଏକ ପିକଅପ ବାଂଶଡା କୁ ଦ୍ରୁତ ଗତିରେ ଯାଉଥିବା ବେଳେ ଧାମରା ମେଡିକାଲ ଠାରେ ଏକ ଛୋଟଛୁଆ ରାସ୍ତା ମଧ୍ୟଭାଗକୁ ଦୌଡି ଆସି ଥିଲା । ଫଳରେ ଚାଳକ ନିଜର ଭାରସାମ୍ୟ ହରାଇ ଶିଶୁ ପୁତ୍ରକୁ ଧକ୍କା ଦେଇଥିଲା । ଶିଶୁପୁତ୍ରଟି ରାସ୍ତାରେ ପଡିଯାଇଥିବା ବେଳେ ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଥିଲା । ଆଘାତ ଲାଗିବା ପରେ ଶିଶୁ ପୁତ୍ରର ନାକଏବଂ କାନରୁ ପ୍ରଚୁର ରକ୍ତ ବାହାରିିବା ସହ ଘଟଣା ସ୍ଥଳରେ ଶିଶୁ ପୁତ୍ରଟି ପ୍ରାଣ ହରାଇଥିଲା । ଏହି ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀ ଶିଶୁ ପୁତ୍ରର ଶବକୁ ରାସ୍ତାରେ ରଖି ଧାମରା-ବାଂଶଡା ରାସ୍ତାକୁ ସକାଳ ୮ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବନ୍ଦ କରି ରଖିବା ସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ କରିଥିଲେ । ପରେ ପ୍ରଶାସନ ଆସି ମୃତକଙ୍କ ପରିବାରକୁ କ୍ଷତି ପୂରଣ ମିଳିବ ବୋଲି ଆଶ୍ୱାସନା ଦେବା ପରେ ରାସ୍ତାରୋକ ଉଠିଥିଲା ।

error: Thank You Keep Visiting