ବିଜେଡିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ

Straight to the Point

ଧାମନଗରରେ ୭୦ହଜାର ନୂତନ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତକୁ ନେଇ ଶୁକ୍ରବାର ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ବଜାରରେ ବିଜେଡିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ୧୩ ପଞ୍ଚାୟତର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ଭୋଇଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଧାମନଗର ନିର୍ବାଚନ ମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ସଦସ୍ୟତା ଗ୍ରହଣ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀରେ ୭୦ହଜାର ନୂତନ ସଦସ୍ୟ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ ।
ଏହି ସଭାରେ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ ଯୋଗ ଦେଇ ସଦସ୍ୟତା ଗ୍ରହଣରେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ୱାର୍ଡ଼ରେ ୪ଜଣ ସକ୍ରିୟ ସଦସ୍ୟ ରହୁଥିବା ବେଳେ ଜଣେ ମହିଳାଙ୍କୁ ସଦସ୍ୟା ରୂପେ ନିଆଯିବା ବାଧ୍ୟତା ମୂଳକ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ସଂଯୋଜକ ଦିବ୍ୟରଞ୍ଜନ ସାହୁ ଯୋଗ ଦେଇ ନୂତନ ସଦସ୍ୟତା ଗ୍ରହଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲାପରିଷଦ ସଭ୍ୟ କମଳାକାନ୍ତ ଦାସ ଓ ଚିନ୍ତାମଣି ଦାସ, ଏମପିଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ପୂର୍ବତନ ଜିଲାପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ଯୁବନେତା ଶରତ ଦାସ ଓ ବିଶ୍ୱଜିତ୍ ବେହେରା ଏଥିରେ ଯୋଗଦେଇ ଅଧିକ ସଦସ୍ୟ ସଂଗ୍ରହ ହେଲେ ଦଳ ସୁଦୃଢ଼ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରଦୀପ ପଣ୍ଡା, ଶଶଧର ସାମଲ ଓ ଭାଗିରଥି ମଳିକ, ଯୁବନେତା ସୁଧନ୍ୱା ନାୟକ, ଯତୀନ୍ଦ୍ର ବେହେରା, ଦୁଷ୍ମନ୍ତ ନାୟକ, ମନିନ୍ଦ୍ର ଦାସ, ଆଦିତ୍ୟ ଜେନା, ନିରଞ୍ଜନ ଦାସ, ହରିଶ୍ଚନ୍ଦ୍ର ମିଶ୍ର ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ସଦସ୍ୟତା ପୁସ୍ତିକାକୁ ନେତାମାନେ ପ୍ରଦର୍ଶନ କରିଥିଲେ ।

error: Thank You Keep Visiting