‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ପାଇଁ ବଡ ଘୋଷଣା

An Independent Media

ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୮୭ ଥାନା ପାଇଁ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ପାଣ୍ଠିକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଅନୁସାରେ, ଭୁବନେଶ୍ୱର-କଟକ କମିଶନରେଟରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଦିଆଯିବ । ସେହିପରି ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଦିଆଯିବ । ୩୫୧ଟି ଗ୍ରାମାଞ୍ଚଳ ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି । ଅନ୍ୟପଟେ ୪ଟି ମହିଳା ଥାନା, ୫ଟି ଟ୍ରାଫିକ୍ ଥାନା, ୧୫ଟି ରେଳବାଇ, ୪ଟି ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧ ଥାନା, ଗୋଟିଏ ଏସଟିଏଫ୍ ଥାନା, ଗୋଟିଏ ଏଚଆରପିସି ଥାନା, ଗୋଟିଏ କ୍ରାଇମବ୍ରାଞ୍ଚ ଥାନାକୁ ମାସିକ ୩୦ ହଜାର ଟଙ୍କା ଦିଆଯିବ ।

error: Thank You Keep Visiting