ଆରମ୍ଭ ହେଲା ଟ୍ରାଫିକ୍ ଚେକିଂ, ଗିରଫ ହେଲେ ୩ ମଦୁଆ ଡ୍ରାଇଭର

An Independent Media

ଭୁବନେଶ୍ୱର : ସାରା ରାଜ୍ୟରେ ଆଜିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ ହୋଇଛି । ଏଣିକି ପୋଲିସ ନଥିଲେ ଉଲ୍ଲଙ୍ଘନକାରୀଙ୍କୁ ସିସିଟିଭି ଧରିବ । ପରେ ଡାକରେ ଇ-ଚାଲାଣ ଘରକୁ ପଠାଯିବ । ଯଦି ଉଲ୍ଲଙ୍ଘନକାରୀ ଜୋରିମାନା ପୈଠରେ ବିଳମ୍ବ କରିବ ତେବେ ସେ ସୁଧ ଗଣିବେ । ସେହିପରି ସୁନ୍ଦରଗଡ଼ରେ ମଧ୍ୟ ଟ୍ରାଫିକ ଚେକିଂ ଆରମ୍ଭ ହୋଇଯାଇଛି । ୩ମଦୁଆ ଡ୍ରାଇଭରଙ୍କୁ ପୋଲିସ ଆଜି ଗିରଫ କରିଛି । ପିକ୍ଅପ ଡ୍ରାଇଭର, ଅଟୋ ଓ ଟ୍ରକ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେର ଫଗୁଆପଡ଼ାରେ ଚେକିଂ ଚାଲିଛି । ନୂଆ ମୋଟର ଯାନ ଆଇନ ଅନୁସାରେ ୧୦ଗୁଣା ଜୋରିମାନା ଲାଗୁ ହୋଇଛି ।

error: Thank You Keep Visiting