ଅଟୋ ଦୁର୍ଘଟଣାରେ ୬ ଗୁରୁତର

An Independent Media

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଦା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାର୍ଦ୍ଦୀଙ୍ଗ ନିକଟରେ ବୁଧବାର ସକାଳେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ, ଆଜି ସକାଳେ ଏହି ରାଜପଥ ଦେଇ ଆଡେଣିଗଡ ପଟୁ ଏକ ଯାତ୍ରୀବାହୀ ଅଟୋ ୬ ଜଣ ଯାତ୍ରୀଙ୍କୁ ନେଇ ଚାରିଛକ ଅଭିମୁଖେ ଯାଉଥିଲ।। ଏହି ସମୟରେ ଗାଡ଼ିଟି ମାର୍ଦ୍ଦୀଙ୍ଗ ନିକଟରେ ଭାରସାମ୍ୟ ହରାଇ ବାମ ପାର୍ଶ୍ବରୁ ହଠାତ୍‍ ଡାହାଣ ପାର୍ଶ୍ବରେ ଥିବା ନାଳ ଭିତରକୁ ପଶି ଦୁର୍ଘଟଣାଗ୍ରସ୍ତ ହୋଇଥିଲ।।

error: Thank You Keep Visiting