ଆରମ୍ଭହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା
ବରଗଡ଼ ( ଆମ ପ୍ରତିନିଧି ) : ବରଗଡ଼ ଜିଲାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଖଡା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ମା’ ସରସ୍ୱତୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଏହାର ଆରମ୍ଭ କରିଛନ୍ତି। ବରଗଡ଼ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି ଆଖଡାରେ ସମସ୍ତ କଳାକାରମାନଙ୍କ ସହିତ ଧନୁଯାତ୍ରାର ଆବାହକ ସୁରେଶ୍ୱର ଶତପଥୀ, କଳାକାର ଆବାହନ କମିଟିର ସଂଯୋଜକ ଅଶୋକ ବେହେରା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।