ଆରଓଭି ଉତ୍ତୋଳିତ ଫଟୋଚିତ୍ରକୁ ଆଧାର କରି ହୀରାକୁଦ ବନ୍ଧର ଫାଟ ମରାମତି ଆରମ୍ଭ

An Independent Media

ବୁର୍ଲା ( ଆମ ପ୍ରତିନିଧି ) :  ପୃଥିବୀ ପ୍ରସିଦ୍ଧ ସର୍ବପୁରାତନ ହୀରାକୁଦ ନଦୀବନ୍ଧରେ ପୁନଃ ଫାଟ ମରାମତି କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ହୀରାକୁଦ ନଦୀବନ୍ଧରେ ଫାଟ ସୃଷ୍ଟି ହେବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିବା ବେଳେ ଏହାକୁ ୭କୋଟି ବ୍ୟୟ ଅଟକଳରେ ମରାମତି କରାଯିବା ପାଇଁ ବମ୍ବେର ଏକ କମ୍ପାନିକୁ କାର୍ଯ୍ୟାଦେଶ ଜାରି ହୋଇଥିବା ଜଣାପଡ଼ିଛି। ଏପରିକି ପ୍ରାୟ ଦେଢ଼ବର୍ଷ ସମୟ ଆବିଧି ମଧ୍ୟରେ ଏହି ଫାଟ ବା ହୀରାକୁଦ ନଦୀବନ୍ଧ ତଳେ ରହିଥିବା ଗର୍ତ୍ତମାନଙ୍କୁ ମରାମତି କରାଯିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ସେପଟେ ଗତ କିଛି ବର୍ଷ ତଳେ ଆରଭି ମାଧ୍ୟମରେ ଗବେଷକ ମାନେ ଅନେକ ଦିନ ଧରି ହୀରାକୁଦ ନଦୀବନ୍ଧ ମଧ୍ୟରେ କ୍ୟାମେରାରେବ ଫଟୋ ଉତ୍ତୋଳନ କରି ଏହି ଫାଟ ତଥା ଗର୍ତ୍ତ ମାନଙ୍କ ବିଷୟରେ ତଥ୍ୟ କର୍ତ୍ତପକ୍ଷଙ୍କୁ ପ୍ରଦାନ କରିଥିଲେ। ଏହି ପରିପେକ୍ଷିରେ ହୀରାକୁଦ ନଦୀବନ୍ଧର ତଳଭାଗରେ ରହିଥିବା କଂକ୍ରିଟ ବେଷ୍ଟନିରେ ଫାଟ ମାନଙ୍କୁ ମରାମତି ହେବାକୁ ଯାଉଛି।

error: Thank You Keep Visiting