୨୦୨୦ ବର୍ଷ ପାଇଁ ‘ସମଲେଶ୍ୱରୀ ପଞ୍ଜିକା’ ଉନ୍ମୋଚିତ
ସମ୍ବଲପୁର : ବିଗତ ୧୫ ବର୍ଷ ଧରି ସମ୍ବଲପୁରରୁ ପ୍ରକାଶିତ ହୋଇ ଆସୁଥିବା ‘ସମଲେଶ୍ୱରୀ ପଞ୍ଜିକା’ ର ୨୦୨୦ – ୨୦୨୧ ପାଇଁ ନୂତନ ସଂସ୍କରଣ ଶନିବାର ଅପରାହ୍ନରେ ଉନ୍ମୋଚିତ ହୋଇଯାଇଛି। ଅପରାହ୍ନ ସାଢ଼େ ୪ଟାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ଠାରେ ପୂଜାର୍ଚ୍ଚନା ପରେ ୨୦୨୦ ବର୍ଷ ପାଇଁ ନୂତନ ପଞ୍ଜିକାର ଉନ୍ନମୋଚନ ପଣ୍ଡିତ ମାନଙ୍କର ପବିତ୍ର ମନ୍ତ୍ରୋଚ୍ଚାରଣ ସହିତ ଉନ୍ନମୋଚିତ ହୋଇଯାଇଛି।