ସ୍କୁଲପିଲା ବୋଝେଇ ଟାଟା ମେଜିକ୍‌କୁ ୧୭ ହଜାର ୫ ଶହ ଟଙ୍କା ଫାଇନ୍

An Independent Media

ଭଦ୍ରକ: ଆଜି ସକାଳେ ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ବେସରକାରୀ ଇଂଲିସ୍ ମିଡିୟମ୍ (କାର୍ମେଲ ସ୍କୁଲ) କୁ ଯାଉଥିବା ଓଆର-୨୨ଇ-୪୦୬୫ ନମ୍ବରର ଏକ ଟାଟା ମେଜିକ୍ ଗାଡିକୁ ଆରଟିଓଙ୍କ ପକ୍ଷରୁ ଚଢାଉ କରାଯାଇ ୧୭ ହଜାର ୫ ଶହ ଟଙ୍କା ଫାଇନ୍ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆରଟିଓ କର୍ମଚାରୀ ଓ ଗ୍ରାମାଞ୍ଚଳ ପୁଲିସ୍‌ର ମିଳିତ ଚଢାଉ ସମୟରେ ଗାଡିଟି ନଜରକୁ ଆସିଥିଲା । ପିଲାମାନଙ୍କୁ ସ୍କୁଲ ସମ୍ମୁଖରେ ଓହ୍ଲାଇଦେବା ପରେ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ ସମୟରେ ଇନ୍ସ୍ୟୁରାନ୍ସ, ଭେଲିଡ୍ ପରମିଟ୍ ଓ ସ୍କୁଲ ପିଲାଙ୍କୁ ନେବାର ଉପଯୁକ୍ତ ନିରାପଦ ବ୍ୟବସ୍ଥା ନଥିବା ସହିତ ଅନ୍ୟ କାଗଜପତ୍ର ମଧ୍ୟ ନଥିବାର ଜଣାପଡିଥିଲା । ଫଳରେ ଗାଡିଟିକୁ ଆରଟିଓଙ୍କ ପକ୍ଷରୁ ୧୭ ହଜାର ୫ ଶହ ଟଙ୍କା ଫାଇନ୍ କାଟିବା ସହ ଗାଡିଟିକୁ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରାଯାଇଛି ।

error: Thank You Keep Visiting