କଂଗ୍ରେସ ପକ୍ଷରୁ ଶାହାଙ୍କ ଗସ୍ତକୁ ବିରୋଧ, କୁଶପୁତ୍ତଳା ଦାହ

An Independent Media

ଭଦ୍ରକ : ପ୍ରଦେଶ କଂଗ୍ରେସ ଡାକରାରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳା ଦାହ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ମୋଟର ସାଇକେଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମ କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ପଥପ୍ରାନ୍ତ ସଭାରେ ନେତୃମଣ୍ଡଳୀ ଉଦ୍‌ବୋଧନ ଦେଇଥିଲେ । ସିଏଏ, ଏନ୍‌ଆର୍‌ସି ଭଳି କଳା ଆଇନ ଆଣିଥିବା କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରାଯିବା ସହିତ ଶାନ୍ତିପ୍ରିୟ ଓଡ଼ିଶା ମାଟିରୁ ଫେରିଯିବା ପାଇଁ ଦାବୀ କରିଥିଲେ । ଭାରତର ରାଜଧାନୀ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରି ୩୮ଜଣରୁ ଉର୍ଦ୍ଧ୍ୱ ସାଧାରଣ ନୀରିହ ଲୋକଙ୍କ ଜୀବନ ଗଲାପରେ ଦେଶର ଗୃହମନ୍ତ୍ରୀ ଦଙ୍ଗାକୁ ପ୍ରଶମିତ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜି ଓଡିଶା ଆସି ଏଠାରେ ଆଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ଆଜି କଂଗ୍ରେସ ଦଳ ଦୃଢ ବିରୋଧ କରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି, ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ଧାମନଗର ନେତା ବିଦ୍ୟାଧର ଯେନା, ଚାନ୍ଦବାଲି ନେତା ଦିଗମ୍ବର ଦାସ, ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦ, ଜିଲ୍ଳା ଯୁବକଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଦାସ, ଯୁବନେତା ପ୍ରକାଶ ଜ୍ୟୋତି ମହାକୁଡ଼, ଆଶିଷ ରାଉତ, ରଜନୀକାନ୍ତ ଚାନ୍ଦ, ବିକାଶ ସାମଲ, ସୀତାକନ୍ତ ଯେନା, ନିରଞ୍ଜନ ମଲ୍ଲିକ, ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ଅବଦୁଲ ମୁକିତ ଖାଁ, ସେକ୍ କାଲାମ, ଅସରଫ ଅଲ୍ଲି, ସେକ ନଇମ, କୃଷ୍ଣଚନ୍ଦ୍ର ଖଟୁଆ, ରାଜକିଶୋର ପଣ୍ଡା, ବାପୁଜି ପରିଡା, ସେକ୍ ବିକୁ, ପେଣ୍ଟର ରିଆଜ, ରାଜନ ଲାହା, ରିଆଜ ଖାଁ, ରମେଶ ବେହେରା, ନାଫିଜ ଖାଁ, ବିଜୟ ବାରିକ, ସୁବ୍ରତ ବେହୁରିଆ ପ୍ରମୁଖ ଯୋଗ ଦେଇ ଅମିତ ଶାହାଙ୍କ କୁଶପୁତ୍ତଳା ଦାହ କରିଥିଲେ ।

error: Thank You Keep Visiting