ପାରାଦୀପରେ କୋରୋନା ଭୟ

An Independent Media

ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ଆଜି ଲାଗିଥିବା ଏକ ଜାହାଜରେ ଦୁଇ ଜଣ ‘କରୋନା’ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସେମାନେ ସ୍ୱାମୀ ଓ ସ୍ତ୍ରୀ ବୋଲି ଜଣାପଡ଼ିଛି।  ସେମାନଙ୍କଠାରେ କରୋନା ଭାଇରସ୍‌ର କିଛିଟା ଲକ୍ଷଣ ଦେଖାଦେଇଛି। ଏନେଇ ସୂଚନା ପାଇବା ପରେ ବନ୍ଦର ଚିକିତ୍ସାଳୟର ଡାକ୍ତରୀ ଟିମ୍ ଜାହାଜରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ବନ୍ଦର ଅଧ୍ୟକ୍ଷ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

error: Thank You Keep Visiting