ଯାଜପୁରରେ ୨ଅପରିଚିତ ଯୁବକଙ୍କ ମୃତଦେହ ଉଧାର

An Independent Media

ଯାଜପୁର :  ଯାଜପୁର ସଦର ଥାନା କବିରପୁର ନିକଟସ୍ତ ଏକ ପୋଖରୀରୁ ଦୁଇ ଜଣ ଅପରିଚିତ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ରାତିରେ ଅନ୍ଧାରରେ ନଦେଖିପାରି ପୋଖରୀରେ ଗାଡି ସହ ପଡିଯାଇଥିବା ଅନୁମାନ କରାଯାଇଛି । ସକାଳେ ପୋଖରୀରେ ଚପଲ ଓ ହେଲମେଟ ଭାସୁଥିବା ଦେଖି ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ।  ପରେ  ପୋଖରୀରୁ ଦୁଇ ଜଣ ଯୁବକଙ୍କ ମ଼ତଦେହ ଓ ତାଙ୍କ ଗାଡିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏବେ ସୁଧା ମୃତକଙ୍କର  କୌଣସି ପରିଚୟ ମିଳି ପାରିନଥିବା ଜଣାପଡିଛି ।

error: Thank You Keep Visiting