ବରଗଡରେ ନକଲି ନୋଟ ଜବତ
ବରଗ଼ଡ: ୨ ଲକ୍ଷ ୬୦୦ ଟଙ୍କାର ନକଲି ନୋଟ ଜବତ ହୋଇଛି ବରଗ଼ଡ ଜିଲ୍ଲା ଭଟ୍ଲୀ ଛକରୁ । ଏହି ନକଲି ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ନୋଟ୍ ଭିତରେ ୨୮୮ଟି ୫୦୦, ୨୩୩ଟି ୨୦୦, ୧୦୦ଟି ୧୦୦ ଟଙ୍କିଆ ଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ୨ ଜଣ ବରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡର ବାସିନ୍ଦା ହୋଇଥିବା ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି। ଏତେ ପରିମାଣର ନକଲି ନୋଟ୍ କେଉଁଠୁ ଆସିଲା ଓ କେତେଦିନ ଧରି ଚାଲିଥିଲା, ତାହା ଉପରେ ଏସ୍ଟିଏଫ୍ ତଦନ୍ତ କରୁଛି। ଏ ଘଟଣାରେ ବରଗଡ଼ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଖବର ମାଧ୍ୟମରେ ଜନସାଧରଣଙ୍କୁ ନକଲି ନୋଟ ବିଷୟରେ ସଚେତନ କରାଯାଉଛି ।