ଟ୍ୟାକ୍ସ ନଦେବାରୁ ବସ ସିଜ : ଜୋରିମାନା ୧୩ଲକ୍ଷ ୫୦ ହଜାର

An Independent Media

ବାଲେଶ୍ୱର :  ଟ୍ୟାକ୍ସ ଓ ପେନାଲ୍‌ଟି ବାବଦକୁ ଲକ୍ଷାଧିକ ଟଙ୍କା ଟିକସ ଦେଲେନି ବସ୍‌ ମାଲିକ। ଫଳରେ ମାଲିକଙ୍କ ଅନ୍ୟ ଏକ ବସ୍‌କୁ ଅଟକାଇ ସିଜ୍‌ କଲେ ଆର୍‌ଟିଓ। ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱରରେ।ଆଜି ବାଲେଶ୍ୱର ଆର୍‌ଟିଓ ଅଫିସ ପକ୍ଷରୁ ‘ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ ବସ୍‌କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ତା’ଛଡ଼ା ଉକ୍ତ ବସକୁ ମଧ୍ୟ ସିଜ୍‌ କରାଯାଇଛି। ବସ୍‌ର କାଗଜପତ୍ର ଯାଞ୍ଚ କରାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ଶ୍ରୀ ଲୋକନାଥ’ ବସ୍‌ର ମାଲିକଙ୍କ ଉପରେ ଅନ୍ୟ ଦୁଇ ବସ୍‌ର ଟ୍ୟାକ୍ସ ଓ ପେନାଲ୍‌ଟି ବାବଦରେ ୧୩ ଲକ୍ଷ ୫୦ ହଜାର ଟଙ୍କାର ବକେୟା ଥିଲା। ଏହି ବକେୟା ଅର୍ଥ ସେ ପଇଠ କରୁ ନ ଥିବାରୁ ତାଙ୍କର ଅନ୍ୟ ବସ୍‌କୁ ଜବତ କରିବା ଲାଗି ପରିବହନ କମିଶନର ନିର୍ଦେଶ ଦେଇଥିଲେ। ଫଳରେ ବାଲେଶ୍ୱର ଆର୍‌ଟିଓ ଆଜି ଗୋପଙ୍କ ଅନ୍ୟ ବସ୍‌ ‘ଶ୍ରୀ ଲୋକନାଥ’ କଟକରୁ ବାଲେଶ୍ୱର ଆସୁଥିବା ବେଳେ ଅଟକାଇ ତାହାକୁ ସିଜ୍‌ କରିଥିଲେ।

error: Thank You Keep Visiting