ମହାପ୍ରଭୁଙ୍କର ଅର୍ଥକୁ ଲୁଟ କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ ହେଉ: ବିଜେପି

An Independent Media

ୟେସ୍ ବ୍ୟାଙ୍କରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗ

  • ଚୋରକୁନିମନ୍ତ୍ରଣ ଜଣାଇ ଘର କବାଟକୁ ଖୋଲି ଦେଇ ଚୋରୀ ହୋଇଯିବା ପରେ ରେଜିଷ୍ଟ୍ରୀ ପୋଷ୍ଟ ମାଧ୍ୟମରେଏଫଆଇଆର ଦାୟର କରିବା ଭଳି ରାଜ୍ୟ ସରକାର କାର୍ଯ୍ୟ କରିଛନ୍ତି
  • ଏସଏଲବିସିଙ୍କ ଗାଇଡଲାଇନକୁ ଆଧାର କରି ତତ୍କାଳୀନ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦାନ କରିଥିବା ତାଲିକାରେ ୟେସ୍ ବ୍ୟାଙ୍କର ନାମ ନଥିଲା 
  • ତାଲିକାଭୁକ୍ତ ହେବାର ୪ ମାସ ପୂର୍ବରୁ କାହା ନିର୍ଦ୍ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏତେ ବଡ ପରିମାଣରଅର୍ଥ ରାଶି ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା ?
  • ବ୍ୟାଙ୍କରେଗଚ୍ଛିତ ଥିବା ସରକାରୀ ଅର୍ଥରାଶିକୁ ଅନ୍ୟ ବ୍ୟାଙ୍କରେ ଟ୍ରାନ୍ସଫର କରିବା ଦ୍ୱାରା ବ୍ୟାପକଅନିୟମିତତା ଏବଂ ଦୁର୍ନୀତିର ସମ୍ଭାବନା ରହିଛି
  • ୫-ଟିରେ ଥିବା ଟେକ୍ନୋଲୋଜିକୁ ଆଧାର କରି ଶାସନ ପ୍ରଦାନ କରୁଥିବା ରାଜ୍ୟ ସରକାରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କା ଅର୍ଥରାଶିର ହରଣଚାଲର ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଦେବୋତର ବିଭାଗ ଏବଂ ମନ୍ଦିର ପ୍ରଶାସନପର୍ଯ୍ୟ\” ସମସ୍ତେ ସଂପୃକ୍ତ ଅଛନ୍ତି
  • ଆରବିଆଇଓ କେନ୍ଦ୍ର ସରକାଙ୍କୁ ଚିଠି ଲେଖି ଦେଇ ସରକାର ନିଜ ଦାୟୀତ୍ୱ ସମାପ୍ତ ହୋଇଯିବାର ଆଳ ଦେଖାଇ ନିଜମୁଣ୍ଡ ଉପରୁ ଦୋଷ ଉଠାଇବା ମାନସିକତାରୁ ନିବୃତ ରହନ୍ତୁ
  • ରତ୍ନଭଣ୍ଡାରଚାବି ହଜିବା ପ୍ରସଙ୍ଗ ଭଳି ଏହି ପ୍ରସଙ୍ଗକୁ ମଧ୍ୟ ବିଭ୍ରା\” କରିବାର ହୀନ ପ୍ରୟାସ ଆରମ୍ଭ କରିଦେଇଛନ୍ତି
  • ଏକଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋରଓ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜମା ଟଙ୍କା ଫେରସ୍ତ ପାଇବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ
  • ମହାପ୍ରଭୁଙ୍କର ଅର୍ଥରାଶିକୁ ବେଆଇନ ଭାବେ ଘରୋଇ ବ୍ୟାଙ୍କରେ ରଖିବା ବିରୋଧରେ ଭାରତୀୟ ଜନତା ପାର୍ଟୀ ଆଇନ ଏବଂନ୍ୟାୟାଳୟର ଆଶ୍ରୟ ନେବ

ଭୁବନେଶ୍ୱର: ଓଡିଶାବାସୀଙ୍କୁ ବାରମ୍ବାର ପ୍ରବଂଛନା ଓ ଅପମାନିତ କରିଥିବା ରାଜ୍ୟସରକାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବି ଦୁର୍ଦ୍ଦିନରେ ପକାଇବାକୁ ମଧ୍ୟ ପଛାଇନାହାନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଦିନଠୁ ରାଜ୍ୟ ସରକାରଙ୍କ ଆ\”ରିକତା ଓ ନିଷ୍ଠା ନଥିବା ସ୍ପଷ୍ଟ ହୋଇସାରିଛି । କୋଟି କୋଟି ଭକ୍ତଙ୍କ ଭାବବେଗସହ ଜଡିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ବୃହତ ଅର୍ଥରାଶିକୁ ସରକାରଙ୍କର ଅର୍ଥରଖିବା ତାଲିକାଭୁକ୍ତ ହୋଇନଥିବା ଏକ ଘରୋଇ ବ୍ୟାଙ୍କରେ ଏକପାଖିଆ ଏବଂ ସମସ୍ତଙ୍କ ଅଗୋଚରରେ ଜମାରଖିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବାର ସ୍ପଷ୍ଟ ହେଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହିସାମ୍ବାଦିକ ସମ୍ମିଲନୀରେ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩ଟି ଚିଠିକୁଉଲ୍ଲେଖ କରିଛନ୍ତି । ପ୍ରଥମ ଚିଠିକୁ ଉଲ୍ଲେଖ କରି କହିଛନ୍ତି ଯେ, ଏସଏଲବିସିଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟସରକାରଙ୍କ ତତ୍କାଳୀନ ତତ୍କାଳୀନ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନ ରାଜ୍ୟ ସରକାରଙ୍କଅର୍ଥ କେଉଁ କେଉଁ ବ୍ୟାଙ୍କରେ ଜମା ରହିବ, ତାର ଏକ ତାଲିକା୨୦୧୭ ମସିହାରେ ଦେଇଥିଲେ । ଏହି ତାଲିକାରେ ୨୨ଟି ବିଭିନ୍ନ ରାଷ୍ଟ୍ରାୟତ ଏବଂ ବୃହତ ବ୍ୟାଙ୍କଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ କରିଥିଲେ । ଏହି ତାଲିକାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କଦାନ ଅର୍ଥରାଶି ଜମା ଥିବା ୟେସ୍ ବ୍ୟାଙ୍କର ନାମ ଯୋଗ୍ୟତା ତାଲିକାରେ ନଥିଲା । ୨୦୧୯ ମସିହାମାର୍ଚ୍ଚ ମାସରେ ରାଜ୍ୟ ସରକାର ତାଲିକାଭୁକ୍ତ ହୋଇନଥିବା ୟେସ୍ ବ୍ୟାଙ୍କରେ ଫିକ୍ସ ଡିପୋଜିତମାଧ୍ୟମରେ ୫୪୫ କୋଟି ଟଙ୍କା ଏବଂ ଫ୍ଲେକ୍ସି ଡିପୋଜିଟ ମାଧ୍ୟମରେ ୪୭ କୋଟି ଟଙ୍କା ଜମା କରିଥିଲେବ୍ୟାଙ୍କ ପରିଚାଳନା ପାଇଁ । ଆବଶ୍ୟକୀୟ ଅର୍ଥାଭାବ, ଅତ୍ୟାଧିକ ଏନପିଏ ଏବଂ ନିର୍ଦ୍ଦେଶକଙ୍କ ମନମାନି କାର୍ଯ୍ୟ କାରଣରୁ ୟେସ୍ବ୍ୟାଙ୍କର ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଥିଲା । ଏଭଳି ସ୍ଥିତିରେ ତିରୁପତି ମନ୍ଦିରଟ୍ରଷ୍ଟ ଜମା ରଖିଥିବା ୧୩୦୦କୋଟି ଟଙ୍କା ଉଠାଇ ନେଇଥିବାବେଳେ ରାଜ୍ୟ ସରକାର ଉବଂ ଜଗନ୍ନାଥମନ୍ଦିର ପ୍ରଶାସନ ଚିନ୍ତାମୁକ୍ତ ଓ ନୀରବଦ୍ରଷ୍ଟା ସାଜିଥିଲେ ।ଏପରିକି ବିଧାନସଭାରେ ବିଜେପି ବିଧାୟକ ଶ୍ରୀ ଗଣେଷ ରାମ ଖୁଂଟିଆଙ୍କ ପ୍ରଶ୍ନରେ ରାଜ୍ୟ ଦେବୋତରବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ୟେସ୍ ବ୍ୟାଙ୍କରେ ଜମା ଥିବା ଅର୍ଥରାଶି ମିଆଦ ପୂର୍ଣ୍ଣ ହେବାପରେ ମାର୍ଚ୍ଚ ୧୯ ତାରିଖ ଦିନ ଉଠାଣ ହେବ ବୋଲି ଲିଖିତ ଉତର ଦେଇଥିଲେ । ତା ମାନେ ସରକାର ସବୁଜାଣି ଚୁପ୍ ବସିଥିଲେ ଏହା ପ୍ରମାଣିତ ହେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଦ୍ୱୀତିୟ ଚିଠିକୁ ଉଲ୍ଲେଖ କରି ଶ୍ରୀହରିଚନ୍ଦନ କହିଛନ୍ତି ଯେ, ୨୦୧୯ ମସିହା ଜୁଲାଇ ମାସରେ ତତ୍କାଳୀନ ଅର୍ଥ ସଚିବ ଶ୍ରୀ ଅଶୋକ ମୀନାଙ୍କନିର୍ଦ୍ଦେଶାବଳୀ ଆଧାରରେ ୟେସ୍ ବ୍ୟାଙ୍କକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଯଦିଓ ୟେସ୍ ବ୍ୟାଙ୍କର ଯୋଗ୍ୟତା, କ୍ରେଡେନସିଆଲ ଆଦି ମାନ୍ୟତା ଯୋଗ୍ୟ ନଥିଲା । ତାଲିକାଭୁକ୍ତ ହେବାର ୪ ମାସପୂର୍ବରୁ ୟେସ୍ ବ୍ୟାଙ୍କରେ କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ ଏତେ ବଡ ମାତ୍ରାର ଅର୍ଥରାଶି ଜମା କରାଯାଇଥିଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ତୃତୀୟ ଚିଠିକୁ ଉଲ୍ଲେଖ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥରାଶିକୁ ଅନ୍ୟ ବ୍ୟାଙ୍କରେ ଟ୍ରାନ୍ସଫରକରିବା ଦ୍ୱାରା ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ସମ୍ଭାବନା ରହିଛି ବୋଲି ତତ୍କାଳୀନ ଅର୍ଥସଚିବ ସିଏଜିଙ୍କ ନିର୍ଦ୍ଦେଶକୁ ଆଧାର କରି ଏଭଳି ଟ୍ରାନ୍ସଫର ଉପରେ ରୋକ ଲାଗୁ କରିବାକୁନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ୱେ କାହିଁକି ଏବଂ କାହା ନିର୍ଦ୍ଦେଶରେ ମାନ୍ୟତା ହ୍ରାସପାଉଥିବା ୟେସ୍ ବ୍ୟାଙ୍କରେ ଜମା ରଖାଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ଏହି ୩ଟି ଚିଠିକୁ ଅନୁଧ୍ୟାନ କଲେ ଏହାସ୍ପଷ୍ଟ ହେଇଛି ଯେ, ରାଜ୍ୟ ସରକାର ନିଜେ ଦେଇଥିବା ନିଜନିର୍ଦ୍ଦେଶକୁ ଭଙ୍ଗ କରିଛନ୍ତି । ଏପରିକି ୟେସ ବ୍ୟାଙ୍କରେ ଜମାଥିବା ଅର୍ଥଆଦୌ ସୁରକ୍ଷିତ ହୁଏ ନାହିଁ ବୋଲି ସରକାର ଜାଣିଥିଲେ । ଏହି ନିୟମ ଭଙ୍ଗ କରିବା ପଛରେ ବହୁହିତାଧିକାରୀ ଅଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ହରିଚନ୍ଦନ ଦାବୀ ଜଣାଇଛନ୍ତି।

ପ୍ରଭୁ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଫଣ୍ଡରଅଧ୍ୟକ୍ଷ ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ୫-ଟିରେ ଥିବା ଟେକ୍ନୋଲୋଜିକୁ ଆଧାର କରି ଶାସନ ପ୍ରଦାନକରୁଥିବା ରାଜ୍ୟ ସରକାରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୯୨ କୋଟି ଟଙ୍କା ଅର୍ଥରାଶିର ହରଣଚାଲରନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରିଦେବୋତର ବିଭାଗ ଏବଂ ମନ୍ଦିର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଂପୃକ୍ତ ଅଛନ୍ତି । ଏଭଳିଅପରାଧିକ କାର୍ଯ୍ୟ ପାଇଁ ଉତରଦାୟୀତ୍ୱ କିଏ ନେବ ବୋଲି ପ୍ରଶ୍ନ କରିବା ସହ ସତ୍ୟାସତ୍ୟରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପିତ ହେବା ନିହାତି ଆବଶ୍ୟକ । ଏହି ଦୁର୍ନୀତିର ଚେର କେତେ ଦୂରଲମ୍ବିଛି ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଏକ ଶ୍ୱେତପତ୍ର ପ୍ରକାଶକରିବାକୁ ଶ୍ରୀ ହରିଚନ୍ଦନ ଦାବୀ ଜଣାଇଛନ୍ତି ।

ଏହି ଅପରାଧିକ ଏବଂ ନିନ୍ଦନୀୟ ଘଟଣାକୁ ଏକଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋରଓ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜମା ଟଙ୍କା ଫେରସ୍ତ ପାଇବା ପାଇଁ ବିହୀତ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରନ୍ତୁ । ନଚେତ ଭାରତୀୟ ଜନତା ପାର୍ଟୀ ଆଇନ ଏବଂ ନ୍ୟାୟାଳୟର ଆଶ୍ରୟ ନେବ ବୋଲି ଶ୍ରୀହରିଚନ୍ଦନ କହିଛନ୍ତି ।

ଚୋରକୁ ନିମନ୍ତ୍ରଣ ଜଣାଇ ଘର କବାଟକୁ ଖୋଲିଦେଇ ଚୋରୀ ହୋଇଯିବା ପରେ ରେଜିଷ୍ଟ୍ରୀ ପୋଷ୍ଟ ମାଧ୍ୟମରେ ଏଫଆଇଆର ଦାୟର କରିବା ଭଳି ରାଜ୍ୟସରକାର କାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ସବୁ ଜାଣିବା ସତ୍ୱେକାହିଁକି ୟେସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଲେ ? ୟେସ୍ ବ୍ୟାଙ୍କବୁଡିଯିବା ସମୟରେ ଅର୍ଥରାଶି ଜମା କଲେ । ବାରମ୍ବାର ତାଗିଦ ସତ୍ୱେ ନିର୍ବିକାର ରହିଲେ ।ବର୍ତମାନ ପ୍ରତିବନ୍ଧକ ଲାହୁ ହେବା ପରେ ଚେତା ପଶିଲା । ଆରବିଆଇ ଓ କେନ୍ଦ୍ର ସରକାଙ୍କୁ ଚିଠିଲେଖି ଦେଇ ନିଜ ଦାୟୀତ୍ୱ ସମାପ୍ତ ହୋଇଯିବାର ଆଳ ଦେଖାଇ ନିଜ ମୁଣ୍ଡ ଉପରୁ ଦୋଷ ଉଠାଇବାମାନସିକତାରୁ ନିବୃତ ରହିବାକୁ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଭଳି ଏହିପ୍ରସଙ୍ଗକୁ ମଧ୍ୟ ବିଭ୍ରାନ୍ତ କରିବାର ହୀନ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କାକୁ ଚୋରୀ, ହରଣଚାଲ ଓ ହଡପ କରାଯିବାର ଗନ୍ଧ ବାରି ହେଉଥିବାର ରାଜ୍ୟବାସୀଙ୍କ ସମେତ ଶାସକବିଜେଡିର ବରିଷ୍ଠ ନେତା ଶ୍ରୀ ମହେଶ୍ୱର ମହାନ୍ତିଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ପ୍ରବୁ ଶ୍ରୀ ଜଗନ୍ନାଥଙ୍କ ଅର୍ଥରାଶିମହାଦୁର୍ନୀତିର ପର୍ଦ୍ଦାଫାଶ ନିହାତି ଆବଶ୍ୟକ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

error: Thank You Keep Visiting