ସାକ୍ଷୀଗୋପାଳରେ ଗୁଳିକାଣ୍ଡ: ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

An Independent Media

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳ ଅଞ୍ଚଳର ବଡ଼କାଞ୍ଜିଆ ଛକରେ ଗୁଳି ମାଡ଼ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ବଡ଼କାଞ୍ଜିଆ ଗାଁର ସୁରେନ୍ଦ୍ର ବେହେରା ଓରଫ ପୁରିଆ ଘରକୁ ନିଜର ସ୍କୁଟିରେ ଫେରୁଥିଲେ। ସେ ସାକ୍ଷୀଗୋପାଳର ବ୍ଲକ୍ ଛକରେ ଥିବା ଏକ ଢାବାରେ କାମ କରନ୍ତି। ସେଠାରୁ କାମସାରି ସୁରେନ୍ଦ୍ର ଘରକୁ ଫେରୁଥିଲେ। ସେ ବଡ଼କାଞ୍ଜିଆ ଛକରେ ପହଞ୍ଚିବା ସମୟରେ ହଠାତ୍ କେହି ଜଣେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ହାତ ଆଙ୍ଗୁଳି ଭିତରେ ସ୍କୁଟିର ଚାବିଟି ଛନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଢାବାରେ ଖାଇବାକୁ ନେଇ ବଚସା ପରେ ଏହି ଗୁଳିମାଡ଼଼ ହୋଇଥିବା ଶୁଣିବାକୁ ମିଳୁଛି।
ସୁରେନ୍ଦ୍ରଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ  ଡିଏସପି ଦେବଦତ୍ତ ବରାଳ ପହଞ୍ଚିଥିଲା। ଏହାପରେ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଳିମାଡ଼ରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଲୋକେ ୩୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହାଫଳରେ ସକାଳ ୭ଟାରୁ ୯ଟାଯାଏଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ସତ୍ୟବାଦୀ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା। ଏହାପରେ ରାସ୍ତା ଅବରୋଧ ହଟିଥିଲା। ମୃତ ସୁରେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସୁରେନ୍ଦ୍ର ବେହେରାଙ୍କ ବୟସ ୪୦ ବର୍ଷ ବୋଲି ଜଣାଯାଇଛି।

error: Thank You Keep Visiting