ହୋଲି ପାଇଁ ଆଜି ମୋ’ ବସ ସେବା ଦିନ ୨ଟା ଯାଏ ବନ୍ଦ ରହିବ
ଭୁବନେଶ୍ୱର: ଆଜି ହୋଲି ପର୍ବ ପାଇଁ ‘ମୋ ବସ୍’ ସେବା ପ୍ରାୟ ୮ ଘଣ୍ଟା ଧରି ବନ୍ଦ ରହିବ। ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ଣ ୨ଟା ପରଠୁ ଏହି ସେବା ସ୍ୱାଭାବିକ ହେବ। ସେହିପରି ମାଷ୍ଟର କ୍ୟାଣ୍ଟିନରେ ଥିବା କାଉଣ୍ଟର ମଧ୍ୟ ଆଜି ବନ୍ଦ ରହିବ।