ଅର୍ଥ ବିଭାଗର ଆଦେଶରେ ମହାପ୍ରଭୁଙ୍କ ସବୁତକ ଟଙ୍କା ୟେସ ବ୍ୟାଙ୍କରେ ରଖାଯାଇଛି : ଶ୍ରୀମନ୍ଦିର ପ୍ରଶାସନ

An Independent Media

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ନେଇ ଏବେ ସରକାର ଓ ମନ୍ଦିର ପ୍ରଶାସନ ମଧ୍ୟରେ ଦୋଷ ଲଦାଲଦି ଚାଲିଛି। ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ସଂପର୍କରେ ଜଣେ ସଚିବ କହିଛନ୍ତି କି ସରକାର କାହାକୁ ୟେସ୍ ବ୍ୟାଙ୍କରେ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦେଇନାହାନ୍ତି, ଯିଏ ବି ରଖିଛନ୍ତି ନିଜ ନିଜ ସ୍ତରରେ ସୁବିଧା ଦେଖି ଜମା ରଖିଛନ୍ତି। ସମସ୍ତେ ନିଜକୁ  ଦୋଷମୁକ୍ତ କରିବାକୁ ଉଦ୍ୟମ କରୁଥିବାବେଳେ ଏ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଶ୍ରୀମନ୍ଦିରର ପ୍ରଶ‌ାସନ ଅର୍ଥ ସବ୍‌କମିଟିର ଏକ ଚିଠିରୁ ଏହା ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମହାପ୍ରଭୁଙ୍କଟଙ୍କାକୁ ୟେସ୍ ବ୍ୟାଙ୍କରେ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଏଥିରେ ଉଲ୍ଲେଖ କରାଯାଇଛି।ଶ୍ରୀମନ୍ଦିର ପ୍ରଶାସନର ଏ ଚିଠି କହୁଛି କି, ଓଡ଼ିଶା ସରକାରଙ୍କଅର୍ଥ ବିଭାଗର ଚିଠି ବଳରେ ମହାପ୍ରଭୁଙ୍କ ସବୁତକ ଟଙ୍କା ୟେସ୍ ବ୍ୟାଙ୍କରେ ହିଁ ଜମା କରାଯାଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଗତ ୧୦/୧୦/୨୦୧୮ଚିଠି ସଂଖ୍ୟା ୩୨୬୪୮ ଓ ୨୦/୭/୨୦୧୯ରେ ଚିଠି ସଂଖ୍ୟା ୨୪୭୦୫ ବଳରେ ହିଁ ମହାପ୍ରଭୁଙ୍କ ସବୁତକଟଙ୍କା ୟେସ୍ ବ୍ୟାଙ୍କରେ ଜମା ରହିଛି। ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନଦଫାରେ ଜମା କରାଯାଇଥିବା ଦର୍ଶାଯାଇଛି। ମହାପ୍ରଭୁଙ୍କ ପାଣ୍ଠିରୁ ସ୍ଥାୟୀ ଜମାଆକାରରେ  ୫୪୫ କୋଟି ଟଙ୍କା ଓ ଫେକ୍ସିଫିକସ ଆକାଉଣ୍ଟରେ ୪୭କୋଟି ଟଙ୍କା ଜମା କରାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟ୍‌ରେ ସବୁତକଟଙ୍କା ଜମା କରାଯାଇଛି। ୨୦୧୯ ମାର୍ଚ୍ଚ ୧୯ରେ ୮.୬୧ ସୁଧହାରରେ ୩୭୧ କୋଟି ଟଙ୍କା, ମାର୍ଚ୍ଚ ୨୫ରେ ୮.୫୬ସୁଧହାରରେ ୩୩ କୋଟି ଟଙ୍କା, ସେହି ମ‌ାସ ୨୯ ତାରିଖରେ ୮.୪୫ ସୁଧହାର‌ରେ ୧୨୩ କୋଟି ଟଙ୍କା ଜମାକରାଯାଇଛି। ସେହି ୨୯ ତାରିଖରେ ଅନ୍ୟ ଏକ ଆକାଉଣ୍ଟରେ ୮.୩୫ ସୁଧହାରରେ ୧୦ କୋଟି ଟଙ୍କା ଜମାକରାଯାଇଥିଲା। ସେହିଭଳି ସେପ୍ଟେମ୍ବର ୩୦ ତାରିଖରେ ୭.୪୦ ସୁଧ ହାରରେ ୧୮ କୋଟି ଟଙ୍କା, ସେହିଦିନ ଅନ୍ୟ ଏକଆକାଉଣ୍ଟରେ ୭.୬୦ ସୁଧହାରରେ ୩୭ କୋଟି ଟଙ୍କା ଜମା କରାଯାଇଥିଲା। ଏହିଭଳି ଶ୍ରୀମନ୍ଦିରପ୍ରଶାସନର ୬ଟି ଆକାଉଣ୍ଟରେ ୫୯୨ କୋଟି ଟଙ୍କା ଜମା ରଖାଯାଇଥିବା କଥା ଚିଠିରୁ ସ୍ପଷ୍ଟ ହୋଇଛି।ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠିର ୨୪୪.୬୦ କୋଟି, ଶ୍ରୀଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ୨୫୫.୬୬କୋଟି ଓ ଶ୍ରୀଜଗନ୍ନାଥ ଫାଉଣ୍ଡେସନ୍‌ ଫଣ୍ଡ୍‌ର ୯୧.୭୪ କୋଟି ଟଙ୍କା ଜମା କରାଯାଇଛି। ମୋଟସୁଧହାର ୭.୪୦ରୁ ୮.୬୧ ମଧ୍ୟରେ ରହିଛି। ତେବେ ଡିସେମ୍ବର ୨୦ ତାରିଖ ପରିଚାଳନା କମିଟିରେ ଏସଂପର୍କରେ ଆଲୋଚନା ହେବା ପରେ ଗତ ଜାନୁଆରି ୧୩ ତାରିଖରେ ୪୭ କୋଟି ଟଙ୍କା ଉଠାଣ କରାଯାଇୟୁକୋ ବ୍ୟାଙ୍କରେ ରଖାଯାଇଛି। ମାତ୍ର ଅବଶିଷ୍ଟ ଟଙ୍କାକୁ ଉଠାଇ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କରେଜମା କରିବାକୁ କୁହାଯାଇଥିଲେ ବି ପ୍ରଶାସନ ଏହା କରି ନାହିଁ। ପ୍ରଶାସନର ଏହି ଅଣଦେଖା ନୀତି ‌ଯୋଗୁଁମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଏବେ ବୁଡ଼ିଯିବା ନେଇ ଆଶଙ୍କା ପ୍ରକାଶପାଇଛି।

error: Thank You Keep Visiting