ଗୋରୁ ବୋଝେଇ ଟ୍ରକ ଓଲଟି ୭ ଗୋରୁ ମୃତ

An Independent Media

ଯାଜପୁର:  ଆଜି ଭୋରରେ ଗୋଲାଗାଓଁ ନିକଟରେ ପୁଲିସ୍‌ ଗାଡ଼ି ପାଟ୍ରୋଲିଂ କରୁଥିଲା।ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ଗୋଲାଗାଓଁ ନିକଟରେ  ଏକ ଗୋରୁ ବୋଝେଇ ପିକ୍ଅପ୍‌ ଭ୍ୟାନ ଓଲଟି ପଡ଼ିବାରୁ ୭ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇନ୍ତି। ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ପୁଲିସ୍‌କୁ ଦେଖି ଗାଡ଼ିକୁ ଦ୍ରୁତ ଗତିରେ ନେଇ ଚାଲିଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।କଳିଙ୍ଗ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁ ଗୁଡ଼ିକୁ ସ୍ଥାନାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି। 

error: Thank You Keep Visiting