କରୋନା ଭାଇରସ ସମ୍ପର୍କରେ ବିଶ୍ଵକୁ ବାର୍ତ୍ତାଦେଲେ ମାନସ ସାହୁ

An Independent Media

ପୁରୀ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ନେଇ ସଚେତନ କରାଇଛନ୍ତି। ପୁରୀ ଲାଇଟ୍ ହାଉସ ପାଖ ବେଳାଭୂମିରେ ବାଲିରେ ମୂର୍ତ୍ତି କରି ସେ  ଲୋକମାନଙ୍କୁ କରୋନା ଭାଇରସ ସମ୍ବନ୍ଧରେ ସଚେତନ କରିବାକୁ ଚେଷ୍ଟା କରିଛନ୍ତି। କରୋନା ଭାଇରସ କ୍ଷୀପ୍ର ଗତିରେ ବ୍ୟାପୁଥିବାରୁ ଏଥିଲାଗି ସତର୍କ ରହିବାକୁ  ମାନସ ସାହୁ ବାର୍ତ୍ତ  ଦେଇଛନ୍ତି। ବାଲୁକାକଳାରେ ସେ  କରୋନାକୁ ରାକ୍ଷସ ଭାବେ ରୂପାନ୍ତରିତ କରିଛନ୍ତି। ୧୫ ଫୁଟ୍ ଓସାରର ଏହି ବାଲୁକା କଳା ଲାଗି ୧୫ ଟନ୍ ବାଲି  ବ୍ୟବହାର  କରି ସେ ଏହି ସୁନ୍ଦର କଳାକୃତି ପ୍ରଦର୍ଶନ କରିଛନ୍ତି । 

error: Thank You Keep Visiting