ପଲିଥିନ ପାଇଁ ଲକ୍ଷେ ଟଙ୍କା ଫାଇନ!
ଗଞ୍ଜାମ: ବ୍ରହ୍ମପୁର ସହରର ସ୍ୱଚ୍ଛତା ପାଇଁ ଆଜି ସକାଳୁ ସକାଳୁ ସାଇକେଲରେ ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ସାହିରେ ବୁଲି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ କର୍ପୋରେସନ ରୋଡ଼ ସ୍ଥିତ ଏକ ଦେଶୀ ମଦ ଦୋକାନକୁ ୧ ଲକ୍ଷ ଟଙ୍କା ଫାଇନ କରିଛନ୍ତି ଜିଲ୍ଲାପାଳ । ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବା ଅଭିଯୋଗରେ ଏହି ଫାଇନ କରିଛନ୍ତି । ସେହିପରି ୨ ଜଳଖିଆ ଓ ୨ ପାନ ଦୋକାନୀକୁ ୧୦ ହଜାର ଟଙ୍କା ଲେଖାଏଁ ଫାଇନ କରିଛନ୍ତି ।