ଜଟଣୀ ଅଞ୍ଚଳରେ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

An Independent Media

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳରେ ବ୍ରାଉନସୁଗାର କାରବାରର ଏକ ବଡ଼ ଡିଲ୍ ଚାଲିଥିବା ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ସୂଚନା ପାଇଥିଲା। କୈାଣସି ଏକ ଗୁପ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ଚଢ଼ଉ କରିଥିବା ଜଣାପଡ଼ିଛି । ଜଟଣୀ ଅଞ୍ଚଳରୁ ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗାର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।ଖୋର୍ଦ୍ଧାରେ ବ୍ରାଉନସୁଗାର ଚୋରା ଚାଲାଣର ଏକ ବଡ଼ ନେଟୱାର୍କ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି । ପଶ୍ଚିମବଙ୍ଗରୁ ବାଲେଶ୍ୱର, ଜଳେଶ୍ୱର ଦେଇ ଭୁବନେଶ୍ୱରକୁ ବ୍ରାଉନସୁଗାର ଚୋରା ଚାଲାଣ ସହ ବାଲାଂଦେଶ, ଚୀନ୍ ପରି ପଡ଼ୋଶୀ ଦେଶକୁ ମଧ୍ୟ ଏହି ରାକେଟ୍ ଲମ୍ବିଥିବା ଜଣାପଡ଼ିଛି ।

error: Thank You Keep Visiting