ବେଦୀକୁ ଯିବା ବଦଳରେ ବର ଗଲା ହାଜତକୁ : ଅଭିଯୁକ୍ତ ସନ୍ଦେହରେ ଉଠାଇନେଲା ପୁଲିସ

An Independent Media

କଟକ:  ଫୁଲରେ ସଜା ହୋଇଥିଲା ବର ଗାଡ଼ି । ହାତଗଣ୍ଠି ପଡ଼ିବା ବଦଳରେ ବର ହାତରେ ପଡ଼ିଲା ହାତକଡ଼ି । ହତ୍ୟା ମାମଲାରେ ପ୍ରସେସନ ପୂର୍ବରୁ ବରକୁ ଉଠାଇନେଲା ପୋଲିସ । ଏଭଳି ଏକ ଘଟଣା ଯାହା ଆଠଗଡ ଥାନା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।   ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁଙ୍କର ଆଠଗଡ ସମସରପୁର ଗାଁର ଜଣେ ଝିଅଙ୍କ ସହିତ ଆଜି ବାହାଘର ହେବାର ଥିଲା । ବୀରକିଶୋରପୁର ଶିବ ମନ୍ଦିରରେ ବିବାହ ପାଇଁ ସରିଥିଲା ପ୍ରସ୍ତୁତି । ବିବାହ ଲାଗି ବର ହୋଇ ଆସିଥିଲେ ପ୍ରକାଶ ସ୍ୱାଇଁ । କିନ୍ତୁ ପ୍ରୋସେସନ ଚାଲିଥିବା ବେଳେ ଏକ ବୋଲେରୋ ଗାଡିରେ ସାଧା ପୋଷାକରେ ଆସି ଆଠଗଡ ଥାନା ସାପୁଆ ବ୍ରିଜ୍ ନିକଟରେ ବର ଗାଡିକୁ ଅଟକାଇ ବରକୁ ଉଠାଇ ନେଇଛି  ବାଙ୍କୀ ଥାନା ପୋଲିସ । ବେଦୀକୁ ଯିବା ପୂର୍ବରୁ ଥାନାକୁ ଗଲେ ବର । ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଦେଢ଼ ମାସ ପୂର୍ବେ କୋଲ ଗାଁରୁ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ଜଣକୁ ଅଟକ ରଖିଥିଲା ପୁଲିସ୍‌। ଅଟକ ଯୁବକଙ୍କ ସୂଚନା ଅନୁସାରେ ମାଟି ତଳୁ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଅଧିକ ଖୋଳତାଡ଼ କରି ପୁଲିସ୍‌ ଆଜି ପ୍ରକାଶଙ୍କୁ ଉଠାଇ ନେଇଛି।୨୦୧୮ ମସିହା କଦଳୀବାଡିରେ ହୋଇଥିବା ଏକ ହତ୍ୟା ଘଟଣାରେ ପ୍ରକାଶ ସମ୍ପୃକ୍ତ ଥିଲା । ଦୁଇ ବର୍ଷ ହେଲା ପୋଲିସ ଆଖିରେ ଧୂଳି ଦେଇ ପ୍ରକାଶ ଫେରାର ହୋଇ ବୁଲୁଥିଲା । ତେବେ ପୋଲିସ ଖବର ପାଇ ଆଜି ପ୍ରକାଶକୁ ଉଠାଇନେଇଛି ।

 

error: Thank You Keep Visiting