ଧାନକଳରେ ଚୁଟି ଗୁଡ଼ାଇ ହୋଇ ଜଣେ ମହିଳା ଗୁରୁତର
ଆନନ୍ଦପୁର : ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଆନନ୍ଦପୁରର ସତ୍ୟଭାମା ଗାଁରେ ଥିବା ହଲରକୁ ଧାନ ପେସିବାକୁ ଯାଇଥିଲେ। ମେସିନ୍ରେ ଧାନ ଢାଳୁଥିବା ବେଳେ ଅସାବଧାନତାରୁ ତାଙ୍କ ଚୁଟି ମେସିନ୍ ବେଲ୍ଟ ସଂସ୍ପର୍ଶରେ ଆସି ଗୁଡ଼ାଇ ହୋଇ ଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଦରଡ଼ିପାଳ ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ସତ୍ୟଭାମା ରାଉତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।