ରାଜ୍ୟ ସରକାର କରୋନା ପାଇଁ ୨୦୦ କୋଟିର ସ୍ଵତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ

An Independent Media

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁଇଟି ପ୍ରସ୍ତାବରେ ମୋହର ଲାଗିଥିବା ଜଣାଯାଇଛି। ଏଥିରେ କରୋନା ପ୍ରତିଷେଧକ ଲାଗି ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍‌, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।।
ଏହାଛଡ଼ା ମ୍ୟୁନସିପାଲ୍ କର୍ପୋରେସନ୍  ଆକ୍ଟ-୧୯୫୦ର ସଂଶୋଧନ ପ୍ରସ୍ତାବକୁ ବି ମଞ୍ଜରି ମିଳିଥିବାର ସୂଚନା ମିଳିଛି।

error: Thank You Keep Visiting