କରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ ପୁଲିସ ସକ୍ରିୟ
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପ୍ରଥମ ପଦକ୍ଷେପସ୍ବରୂପ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଥିବା ଧାରଣାକୁ ବନ୍ଦ କରିଛି କମିସନରେଟ ପୁଲିସ। ଏଥିସହିତ ଆଗରୁ ସଭାସମିତି ପାଇଁ ଦିଆ ଯାଇଥିବା ସମସ୍ତ ଅନୁମତିକୁ ବି ରଦ୍ଦ କରିଛି କମିସନରେଟ ପୁଲିସ। କମିସନରେଟ ପୁଲିସ ପକ୍ଷରୁ ପିସିଆର୍ ଭ୍ୟାନ୍ ପଠାଯାଇ ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପିସିଆର୍ ଭ୍ୟାନ୍, ବାରାକ୍ରେ ରହୁଥିବା ପୁଲିସ କର୍ମଚାରୀ ଅସୁସ୍ଥ ଥିଲେ ସଙ୍ଗେସଙ୍ଗେ ଛୁଟି ଦିଆଯିବା ନେଇ ବି ନିଷ୍ପତ୍ତି ହୋଇଛି ।