ଶ୍ରୀଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଯାଇଛି

An Independent Media

ଭୁବନେଶ୍ଵର: ଆର୍ଥିକ ସଙ୍କଟରେ ବୁଡ଼ିଥିବା ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ହେବା ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଧାନସଭା ରେ ହଟ୍ଟଗୋଳ ହୋଇଛି। ଶୁକ୍ରବାର ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପରେ ବିଜେପି ବିଧାୟକମାନେ ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ହଟ୍ଟଗୋଳ କରିଥିଲେ। ସଦସ୍ୟମାନେ ନିଜ ଆସନରୁ ଉଠି ପ୍ରବଳ ପାଟିତୁଣ୍ଡ କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ମୁଲତବି କରିଦେଇଥିଲେ। ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କର ୫୪୫ କୋଟି ଟଙ୍କା ଜମା ରହିଛି।  ଆରବିଆଇ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛି। ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି। ତେଣୁ ମହାପ୍ରଭୁଙ୍କ ଟଙ୍କାକିପରି ଫେରିବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ପ୍ରସଙ୍ଗରେ ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

error: Thank You Keep Visiting