କରୋନା ପ୍ରଭାବ :ଖାଁ ଖାଁ କୋଣାର୍କ ଯାତ୍ରୀ ନିବାସ

An Independent Media

କୋଣାର୍କ : କରୋନା ଭୟରେ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଛି। ଫଳରେ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। କୋଣାର୍କ ଯାତ୍ରୀନିବାସକୁ ହଠାତ୍‌ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିବା ଦେଖାଯାଇଛି। କୋଣାର୍କ ଯାତ୍ରୀନିବାସରେ ମୋଟ ୪୨ଟି ରୁମ୍‌ ରହିଛି। ସେଥିରୁ ଗତ ୧୧ ତାରିଖରେ ୮ଟି ରୁମ୍‌ ଭଡ଼ାରେ ଲାଗିଥିଲା। ସେହିପରି ୧୨ ତାରିଖରେ ଭଡ଼ାରେ ଲାଗିଥିବା ୫ଟି ରୁମ୍‌ ସହିତ ନୂଆକରି ୬ଟି ରୁମ୍‌କୁ ମିଶାଇ ମୋଟ ୧୧ଟି ରୁମ୍‌ ଭଡ଼ାରେ ଲାଗିଥିଲା। ସେହିଭଳି ଭାବେ ୧୩ ତାରିଖରେ ୧୨ ତାରିଖର ୩ଟି ରୁମ୍‌ ଓ ୧୩ ତାରିଖର ଗୋଟିଏ ରୁମ୍‌କୁ ମିଶାଇ ମୋଟ ୪ଟି ରୁମ୍‌ ଭଡ଼ାରେ ଲାଗିଥିବା ଜଣାପଡ଼ିଛି। 

error: Thank You Keep Visiting