ସାଙ୍ଗ ସାଜିଲା ସାଙ୍ଗର ଶତ୍ରୁ
ଚାନ୍ଦବାଲି : ସାଙ୍ଗ ଭିଆଇଲା ଜଘନ୍ୟ କାଣ୍ଡ। ସାଙ୍ଗକୁ ମାରି ପୋତି ଦେଲା ସାଙ୍ଗ।ଦେଢମାସ ପରେ ପୋଲିସ ହାତରେ ଧରା ପଡିଲା ହତ୍ୟାକାରୀ ସାଙ୍ଗ। ପୋତି ଥିବା ଜାଗାରୁ ଚିହ୍ନଟ କଲା ଆଉ ପୋଲିସ ଶବକୁ କାଢି ଜବଦ କରିବା ସହିତ ହତ୍ୟାକାରୀ ସାଙ୍ଗ କୁ ଗିରଫ କରିଲା।ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ବାମନ ବିନ୍ଧା ଗ୍ରାମ ନିକଟରେ ।
ପ୍ରଶନ୍ନ ମାମୁଁଙ୍କ ପାଖରେ ରହି କିଛି ବର୍ଷ ହେବ କାମ କରୁଥିଲେ। ଅଭିଯୋଗ ଅନୁଯାୟୀ କୋହ୍ଲ ଗାଁ ର ପ୍ରଶନ୍ନ ସାହୁ ଓ ବମାନବିନ୍ଧା ଗ୍ରାମର ଶୁକଦେବ ପାଢି ମିଶି ଇଲେକ୍ଟ୍ରିକ କାମ କରୁଥିଲେ।ହେଲେ ଜାନୁଆରୀ ୨୫ତାରିଖ ଦିନ ପ୍ରଶନ୍ନ ସାହୁ ନିଖୋଜ ହୋଇଯାଇଥିଲେ।ଏ ନେଇ ପରିବାର ଲୋକେ ତିହିଡି ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣା ରେ ଶୁକଦେବ ସଂପୃକ୍ତ ଥାଇପାରେ ବୋଲି ଘର ଲୋକ ଅଭିଯୋଗ କରିଥିଲେ। ଘଟଣା ର ଦେଢ ମାସ ପରେ ପୋଲିସ ଶୁକଦେବର ମୋବାଇଲ କୁ ଟ୍ରାକିଂ କରି ଚିହ୍ନଟ କରିଥିଲେ ଓ ପରେ ଥାନା କୁ ଆଣି ପଚାର ଉଚୁରା ପରେ ସତ ଉଗାଲିଥିଲା ଶୁକଦେବ। ଆଜି ପୋଲିସ ଶୁକଦେବ କୁ ନେଇ ବୈଷ୍ଣବ ଗୋହିରୀ କେନାଲ
ପାଖରେ ପ୍ରଶନ୍ନଙ୍କୁ ମାରି ପୋତି ଦଇଥିବାର ଚିହ୍ନଟ କରିଥିଲା ପୋଲିସ ଏକ ଜେସିବି ମେସିନ,ଓ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତ ରେ ଶବ ଟିକୁ ଖୋଳି ବାହାର କରି ଶବ କୁ ବେବଛେଦ ପାଇଁ ପଠାଇ ଦେଇଥିଲେ।ତେବେ ଶୁକଦେବ ଙ୍କ ଭଉଣୀ କୋହ୍ଲ ଅଂଚଳରେ ବାହା ହେଇଥିବାରୁ ପ୍ରଶନ୍ନଙ୍କ ସହ ତାଙ୍କ ଭଉଣୀଙ୍କ କୌଣସି ବଚସା ହୋଇଥିଲା। ଏହି କାରଣ ପାଇଁ ଶୁକଦେବ ପ୍ରଶନ୍ନଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛି। ତାଙ୍କ ମାମୁଁ ଏ ବିଷୟରେ ଅଭିଯୋଗ କରିଛନ୍ତି। ପୋଲିସ ଉଭୟ ଙ୍କ ମଧ୍ୟରେ କୌଣସି ବଚସା ପାଇଁ ହତ୍ୟା କରାଯାଇଛି ବୋଲି ଜାଣିବାକୁ ପାଇଛି । ଅଧିକ ତଦନ୍ତ ହେଲେ ଘଟଣାର ସତ୍ୟା ସତ୍ୟ ଜଣାପଡିବ । ତେବେ ଏହି ଘଟଣା କୁ ନେଇ ଘଟଣା ସ୍ଥଳରେ
ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।