ଖାନନଗରକୁ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ

An Independent Media

କଟକ: କଟକ ବାଦାମବାଡି ବସ୍‌ଷ୍ଟାଣ୍ଡ ଖାନନଗରକୁ ଉଠିଯିବା ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ନୂଆ ବସଷ୍ଟାଣ୍ଡ  ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଖାନନଗର ରିଂଗ ବନ୍ଧ ଆଖପାଖ ବସ୍ତି ସହ ଲାଇବ୍ରେରୀ ବୁଲି ଦେଖିଛନ୍ତି । ବସ୍‌ଷ୍ଟାଣ୍ଡ ପାଇଁ ଆବଶ୍ୟକ ହେଉଥିବା ୩୦ ଏକର ଜମିକୁ କିପରି ଚିହ୍ନଟ କରାଯିବ ତାହାର ତଦାରଖ କରିଥିଲେ  ଅନୁଧ୍ୟାନ କାରୀ ଦଳ ।  ଏହାସହ ବସ୍ତି , ପାର୍କ ଓ ଲାଇବ୍ରେରୀକୁ ସେଠାରୁ ହଟାଇ ଅନ୍ୟତ୍ର କେଉଁ ସ୍ଥାନରେ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଖୁବଶୀଘ୍ର ଏହାର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତିା

error: Thank You Keep Visiting