ପୁଣି ଆରମ୍ଭ ହେଲା କୋଶଳ ପ୍ରଦେଶ ଗଠନ ଦାବି

An Independent Media

ବରଗଡ଼ ଅଫିସ:  ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ପୁଣି ଆନ୍ଦୋଳନ ତେଜିଛି। ଏହାକୁ ନେଇ ଆସନ୍ତା ଏପ୍ରିଲ ୧ତାରିଖକୁ କଳା ଦିବସ ଭାବେ ପାଳନ କରାଯିବ ଏବଂ ଏପ୍ରିଲ ୨୯ ତାରିଖ କୋଶଲ ମହାବନ୍ଦ କରାଯିବ। ଶନିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଶଲ ରାଜ୍ୟ ସମନ୍ବୟ ସମିତି କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଏଥର ଆନ୍ଦୋଳନରେ ଆହୁରି ୩ଟି ଦାବି ଅର୍ଥାତ୍‌ କୋଶଲାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବି ଯୋଡ଼ାଯାଇଛି।

error: Thank You Keep Visiting