ଭୁବନେଶ୍ବରରେ ପ୍ରଥମ କରୋନ ରୋଗୀ ଚିହ୍ନଟ

An Independent Media

ଭୁବନେଶ୍ଵର: ସାରା ବିଶ୍ଵକୁ ଭୟଭୀତ  କରିଥିବା କରୋନା ଭୂତାଣୁ ଓଡ଼ିଶାରେ ଆସି ପହଞ୍ଚିଛି। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ଘର ଭୁବନେଶ୍ଵରର ବଡ଼ଗଡ଼ ଅଞ୍ଚଳରେ। ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ। ପରେ ୧୨ ତାରିଖରେ ଟ୍ରେନ ଯୋଗେ ଭୁବନେଶ୍ଵର ଆସିଥିଲେ। ସେ ଥଣ୍ଡା, ଜ୍ଵରରେ ଆକ୍ରାନ୍ତ ଥିଲେ। ଥଣ୍ଡାଜ୍ଵର ନ କମିବାରୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କର ରକ୍ତ ନମୁନା ଏବଂ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର(ଆରଏମଆରସି)କୁ ପଠାଯାଇଥିଲା। ସେଠାରେ ପରୀକ୍ଷାନିରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଛି।

error: Thank You Keep Visiting