ମ୍ୟାଟ୍ରିକ ପରୀକ୍ଷା ଖାତା ଦେଖା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ
ଭୁବନେଶ୍ୱର: କରୋନା ଭାଇରସ କାରଣରୁ ଆଜିଠୁ ଆରମ୍ଭ ହେବାରଥିବା ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଆଇଇସି ମୁଖ୍ୟ ତଥା ମୁଖପାତ୍ର ସୁବ୍ରତୋ ବାଗଚୀ ଏହି ସୂଚନା ଦେଇଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ଡଃ ବାଗଚୀ କହିଛନ୍ତି ଯେ, ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କେବେଠୁ ପୁଣିଥରେ ଏହା ଆରମ୍ଭ ହେବ ତାହା ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବ।