ଜନତା କର୍ଫ୍ୟୁକୁ ଆଖଣ୍ଡଳମଣି ପୀଠ ଆରଡ଼ି ଧାମରେ ସମର୍ଥନ

An Independent Media
ବନ୍ଦ ରହିଛିଦୋକାନ ବଜାର , ଗାଡି ମଟର ସବୁ ବନ୍ଦ ,ଶୁନ ଶାନ ରାସ୍ତାଘାଟ


ଆରଡ଼ି (ସିଦ୍ଧିରମୟ ସାହୁ ): କରୋନା ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଜତନା କର୍ଫ୍ୟୁ ପାଳନ କରିବା ପାଇଁ ସାରା ଦେଶ ବାସୀଙ୍କୁ ଆହ୍ବାନ୍ କରିଥିଲେ। ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଥିଲା ବେଳେ ଦେଶବାସୀ ରବିବାର ସକାଳ ୭ରୁ ରାତି ୯ ଟା ଯାଏ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ଜନତା କର୍ଫ୍ୟୁକୁ ସମର୍ଥନ କରିବା ସହ ରାଜ୍ୟରେ ରବିବାର ଠାରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ୫ଟି ଜିଲ୍ଲା ଏବଂ ୮ଟି ସହର ଅଞ୍ଚଳକୁ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି।

ଏହାକୁ ରାଜ୍ୟ ବାସୀ ସମର୍ଥନ କରିବା ସହ ରବିବାର ଏହା ପ୍ରଭାବ ରେ ଭଦ୍ରକ ର ପ୍ରସିଦ୍ଧ ଆଖଣ୍ଡଳମଣି ଙ୍କ ଧାମରେ ବନ୍ଦ ରହିଛି ସବୁ ଦୋକାନ ବଜାର ,ଶୁନ ଶାନ ରାସ୍ତା ଘାଟ ,ଦେଖିବାକୁ ମିଳିଛି। ଚଳଚଂଚଳ ଥିବା ଆଖଣ୍ଡଳମଣି ପୀଠ ସତେଯେମିତି ନିସବ୍ଧ ପାଲଟିଛି ।ନା ଥିଲେ ଭକ୍ତ ନା ସୁହୁଥିଲା ହୁଳହୁଳି ଶଙ୍ଖ ଧ୍ୱନି ।କରୋନା ମୁକାବିଲା ହେଉଛି ସମଗ୍ର ମାନବ ଜାତି ପାଇଁ ଆହ୍ୱାନ । ସାମାଜିକ ଦୂରତା ପାଇଁ ରାଜ୍ୟବାସୀ ପ୍ରଧାନମନ୍ତ୍ରୀଙ୍କ ଏ ଅଭିନବ ଆହ୍ୱାନକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତ। ଏହି କରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଦେଶରେ ଲୋକମାନେ ଜନତା କର୍ଫ୍ୟୁ ସମର୍ଥନ କରୁଛନ୍ତି। ଏହି ଭୂତାଣକୁ ରୋକିବା ପାଇଁ ଜନତା କର୍ଫ୍ୟୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଜନତା କର୍ଫ୍ୟୁ ସମୟରେ କେବଳ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍,  ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ମିଳିବ। ଏହି ସମୟରେ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ।

error: Thank You Keep Visiting