ହୋମ୍‌ କ୍ୱାରାଣ୍ଟାଇନ୍‌ ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

An Independent Media

କଟକ: ବିଦେଶରୁ ଫେରିବା ପରେ ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି, ସେମାନେ ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସୋମବାର ଚେତାବନୀ ଦେଇଛି କଟକ ମହାନଗର ନିଗମ(ସିଏମ୍‌ସି)। ସମସ୍ତ ବିଦେଶ ଫେରନ୍ତାଙ୍କ ଗତିବିଧି ଉପରେ ନଜର ରଖିଛି ସିଏମ୍‌ସି। କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଏହାକୁ ଉଲଂଘନ କରି ବଜାରରେ ବୁଲୁଥିବା ଅଭିଯୋଗରେ ରବିବାର ପୁରୀଘାଟ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଭବିଷ୍ୟତରେ ଏଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।

error: Thank You Keep Visiting